www.samajalive.in
Monday, December 8, 2025
17.1 C
Bhubaneswar

ଉଚ୍ଛେଦ ହୋଇପାରୁନି ଜବର ଦଖଲ ; ଗୋଳେଇ ଛକ -ବୈଦେଶ୍ବର ରାସ୍ତା ନିର୍ମାଣ ବିଳମ୍ବ

କଳାପଥର (ବାଙ୍କୀ):ବାଙ୍କୀ ପୂର୍ତ୍ତ ବିଭାଗ ଅଧିନରେ ରହିଥିବା କଳାପଥର – ବୈଦେଶ୍ଵର ରାସ୍ତାକୁ ଅଧିକାଂଶ ସ୍ଥାନରେ ଜବର ଦଖଲ କରାଯାଇଛି। ସ୍ଥାନୀୟ କଳାପଥର ଠାରେ ଗୋଲେଇ ଛକ ଠାରୁ ଫାୟାର ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ ଦେଢକିଲୋମିଟର ରାସ୍ତାର ଦୁଇ କଡ଼ରୁ ଆଜି ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରିବାକୁ ସ୍ଥାନୀୟ ତହସିଲ କର୍ତ୍ତୃପକ୍ଷ ସାହାସ ଜୁଟାଇ ନପାରିବା ବାଙ୍କୀ ପ୍ରଶାସନର ପାରିବା ପଣିଆକୁ ନେଇ ସବୁ ମହଲରେ ଆଲୋଚନା ହେଉଛି। ଇତି ମଧ୍ୟରେ ପୂର୍ତ୍ତ ବିଭାଗର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଗୋଲେଇ ଛକ ପର୍ଯ୍ୟନ୍ତ ପହଞ୍ଚିବାକୁ ପ୍ରାୟ ଦେଢ କିଲୋମିଟର ରହିଥିବା ବେଳେ ଫାୟାର ଷ୍ଟେସନ ଠାରୁ ଏହି ରାସ୍ତାକୁ ସାପ ଭଳି ଅଙ୍କା ବଙ୍କା କରି ପୂର୍ତ୍ତ ବିଭାଗ କରୁଥିବା ଦେଖିବାକୁ ମିଳିଛି। ରାସ୍ତାର ଦୁଇ କଡ଼ରେ ଯଥେଷ୍ଟ ସରକାରୀ ଜମି ରହିଛି ।ଖଜୁରୀପଦା ନୂଆସାହି ମୌଜା ଅଞ୍ଚଳର କେତେକ କୁଜି ନେତା ନିଜକୁ ପ୍ରଭାବଶାଳୀ ବ୍ୟକ୍ତି ବୋଲାଉ ଥିବା ଏହାକୁ ଦଖଲକରି ଲୁଗା ଦୋକାନ, ପାଇଖାନା ଟାଙ୍କି, ଉପର ମହଲା ସିଡ଼ି,ବାସଗୃହ ,ଅଟା ମିଲ ଘର, ପିଣ୍ଢା,ପାଚେରୀ କରିଛନ୍ତି । ତେବେ ଯେଉଁମାନେ ଏହି ଜବର ଦଖଲକାରୀ ବୋଲି କୁହାଯାଉଛି ସେମାନେ ଏବେ ରାଜନୀତିଆଙ୍କ ସରଣରେ ରହି ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଉପରେ ଚାପ ପକାଇ ଉଚ୍ଛେଦ ବନ୍ଦ କରିବାରେ ଏକ ପ୍ରକାରର ସଫଳ ହୋଇଥିବା ଏଠାରେ ଆଲୋଚନା ହେଉଛି। ରାସ୍ତାର ଚଉଡା ସାଢେ଼ ପାଞ୍ଚ ମିଟର ରଖିବାକୁ ନିୟମ ରହିଥିବା ବେଳେ ଜବର ଦଖଲ ଉଚ୍ଛେଦ ନହୋଇ ପାରିବା କାରଣରୁ ଯେଉଁଠି ଯେତିକି ସମ୍ଭବ ସେହି ଅନୁସାରେ କାମ କରିଚାଲିଛି ଠିକାଦାର ।

ଏବେ ଫାୟାର ଷ୍ଟେସନ ଠାରୁ ଗୋଲେଇ ଛକ ପର୍ଯ୍ୟନ୍ତ ଦୀର୍ଘ ଦେଢ଼ କିଲୋମିଟର ରାସ୍ତାର ୫୦ ରୁ ସ୍ଥାନରେ ଉର୍ଦ୍ଧ ଅଙ୍କାବଙ୍କା କରାଯାଇ ରାସ୍ତାଟି ନିର୍ମାଣ ହେଉଛି । ଦୈନିକ ଶତାଧିକ ବାଲିଗାଡି ଯିବା ଆସିବା କରିବା ସହିତ ବସ୍, ଟ୍ରକ୍ ଯାତାୟାତ କରୁଥିବା ଏହି ରାସ୍ତାଟି ର ଅଧିକାଂଶ ସ୍ଥାନରେ ଜବର ଦଖଲକାରୀଙ୍କ ଚାପ ଆଗରେ ଏକ ପ୍ରକାରର ମୁଣ୍ଡ ନୁଆଇଁ ରାସ୍ତାକୁ ଅଙ୍କା ବଙ୍କା କରିବା ଘଟଣାକୁ ସ୍ଥାନୀୟ ଜନସାଧାରଣ ନାପସନ୍ଦ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଯେଉଁ ଅଞ୍ଚଳକୁ କଳାପଥର ଗୋଲେଇ ଛକ ବୋଲି କୁହାଯାଉଛି ସେହି ସ୍ଥାନର ପୂର୍ବ ଓ ପଶ୍ଚିମ ଦିଗର କିଛି ମିଟର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ ଅଧିନରେ ରହିଛି । କିନ୍ତୁ ବୋଲଗଡ଼ ତହସିଲର ଧଳାପଥର ଠାରେ ଥିବା ରାଜସ୍ବ ନିରୀକ୍ଷକ ଏହି ଜବର ଦଖଲ ଉଚ୍ଛେଦ ଦିଗରେ କୁଆଡେ ଅସହଯୋଗ କରୁଥିବା କାରଣରୁ ରାସ୍ତାଟି ଅଧିକାଂଶ ସ୍ଥାନରେ ଅଙ୍କା ବଙ୍କା ହେଉଥିବା କୁହାଯାଉଛି । ପ୍ରତ୍ୟେହ ଧଳାପଥର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ଚକର କାଟୁଥିବା ଦେଖିବାକୁ ମିଳୁଛି। ଏଥିନେଇ ବୋଲଗଡ଼ ତହସିଲର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ , ଜବର ଦଖଲ ଉଚ୍ଛେଦ କରିବାକୁ ବିଭାଗ ପକ୍ଷରୁ ବାରମ୍ବାର ଅନୁରୋଧ ପତ୍ର ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories