www.samajalive.in
Monday, December 8, 2025
27.1 C
Bhubaneswar

ସରିଲା ରାଜ୍ୟସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ-୨୦୨୩’: କନ୍ଧମାଳ ଚମ୍ପିୟାନ ଟ୍ରଫି, କେନ୍ଦୁଝର ରନର୍ସ ଅପ୍‌

ଭୁବନେଶ୍ୱର: ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି କ୍ରୀଡା ପ୍ରତିଭା ଲୁଚି ରହିଛି । ଏହି କ୍ରୀଡା ପ୍ରତିଭାର ବିକାଶ ନିମନ୍ତେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଆୟୋଜନ କରିଥିଲେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ, ‘ଉତ୍ସାହ’। କଳିଙ୍ଗ ଷ୍ଟାଡିୟମରେ ତ୍ରିଦିବସୀୟ ଏହି ଶିଶୁ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଦିବସରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତା, ‘ଉତ୍ସାହ’ରେ ଭାଗ ନେଇଥିବା ଶିଶୁମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଭବିଷ୍ୟତରେ ରାଜ୍ୟ ପାଇଁ ଅଧିକ ସୁନାମ ଓ ଗୌରବ ଆଣିଦେବେ ବୋଲି ଆଶା ପୋଷଣ କରିଛନ୍ତି।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସୁପ୍ରତିଷ୍ଠିତ ଅଲମ୍ପିୟାନ ଭାରୋତ୍ତୋଳୟନକାରୀ କେ. ରବିକୁମାର କ୍ରୀଡା କ୍ଷେତ୍ରରେ ସାଫଲ୍ୟ ଆଣିବାକୁ ହେଲେ ଶିଶୁମାନେ ଛୋଟବେଳୁ ନିରନ୍ତର ପ୍ରୟାସ ଓ କଠିନ ପରିଶ୍ରମ କରିବା ଜରୁରୀ ବୋଲି ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଜାତିସଂଘ ଜନସଂଖ୍ୟା ପାଣ୍ଠିର ରାଜ୍ୟ ମୁଖ୍ୟ ମିଷ୍ଟର ମହମ୍ମଦ ନଦିମ ନୂର ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।

ସମଗ୍ର ରାଜ୍ୟର ପ୍ରାୟ ୨୨୮ ଶିଶୁ ଯତ୍ନ ଅନୁଷ୍ଠାନର ୫୭୯ ଶିଶୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୨୪ଜଣ ପିଲାଙ୍କୁ ବିଜେତା ଘୋଷିତ କରାଯାଇଥିଲା। ୩୦ ଟି ଜିଲ୍ଲା ମଧ୍ୟରୁ କନ୍ଧମାଳ ଜିଲା ଚମ୍ପିୟାନ ଟ୍ରଫି ପାଇଥିବାବେଳେ କେନ୍ଦୁଝର ଜିଲ୍ଲା ରନର୍ସ ଅପ୍‌ ହୋଇଥିଲା। ‘ଉତ୍ସାହ’ ଉତ୍ସବର ଉଦଯାପନୀ ଦିବସରେ ମହିଳା ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

 

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories