www.samajalive.in
Monday, December 8, 2025
27.1 C
Bhubaneswar

ଘର କିଣିଲେ ଅର୍ଜୁନ-ମଲାଇକା

ମୁମ୍ବଇ : ସ୍ପଷ୍ଟବାଦୀ ଅର୍ଜୁନ କପୁର ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ପ୍ରେମସମ୍ପର୍କକୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିନାହାନ୍ତି, କିନ୍ତୁ ସମଗ୍ର ବଲିଉଡ ଭଲଭାବେ ଜାଣେ ଯେ ଅର୍ଜୁନ ଓ ମଲାଇକା ଅରୋରାଙ୍କ ଲୁଚାଛପା ସମ୍ପର୍କ ବିଷୟରେ। ନିକଟରେ କରନ୍‌ ଜୋହର୍‌ଙ୍କ ଟକ୍‌ ଶୋ’ରେ ଅର୍ଜୁନ ସ୍ବୀକାର କରିଥିଲେ ଯେ ଜନୈକ ଅଭିନେତ୍ରୀଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ୁଛି, ହେଲେ ନାମ ପ୍ରକାଶ କରିବାକୁ ଉଚିତ୍ ମଣିନଥିଲେ। ଏ ଦୁହିଁଙ୍କୁ ନେଇ ସୋସିଆଲ ସାଇଟ୍‌ରେ ଖବର ନିୟମିତ ପ୍ରକାଶ ହେଉଥିଲାବେଳେ ପୁନଃ ଏକ ଖବର ସମ୍ମୁଖକୁ ଆସିଛି। ଅର୍ଜୁନ-ମଲାଇକା ମୁମ୍ବଇର ଲୋଖଣ୍ଡୱାଲା ଅଞ୍ଚଳରେ ଏକ ଦାମୀ ଘର କିଣିଛନ୍ତି। ଏଇ ଘର କିଣିବାରେ ଉଭୟ ଅର୍ଥ ବିନିଯୋଗ କରିଥିବାର ପ୍ରକାଶ। ଏବେ ଫ୍ଲାଟ୍‌ର ଇଣ୍ଟେରିୟର ଡିଜାଇନିଂ କାମ ଚାଲୁଛି। ମଲାଇକାଙ୍କ ଘନିଷ୍ଠ ବନ୍ଧୁଙ୍କ ମତରେ, ସାଙ୍ଗସାଥି ଗହଣରେ ମଧ୍ୟ ମଲାଇକା ନିଜର ଏଇ ସମ୍ପର୍କ ବାବଦରେ ମୁହଁ ଖୋଲୁନାହାନ୍ତି। ଖୁବ୍ ଶୀଘ୍ର ଦୁହେଁ ବିବାହ କରିବେ ବୋଲି ସେମାନଙ୍କ ନିକଟତମ ଲୋକ ପ୍ରକାଶ କରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories