www.samajalive.in
Monday, December 8, 2025
20.1 C
Bhubaneswar

୩୦୦ କୋଟି ଟଙ୍କା ଦୁର୍ନୀତିରେ ନିଲମ୍ବିତ ଆଇଏଏସ୍‍ ଅଧିକାରୀଙ୍କୁ ପୁନଃ ଅବସ୍ଥାପିତ କଲେ ମୋଦୀ ସରକାର

ନୂଆଦିଲ୍ଲୀ : ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଜଣେ ଆଇଏଏସ୍‍ ଅଧିକାରୀଙ୍କୁ ମୋଦୀ ସରକାର ପୁନଃ କାର୍ଯ୍ୟରେ ଅବସ୍ଥାପିତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଧା ରାତୁରୀ ଏହି ନିଲମ୍ବିତ ଆଇଏଏସ୍‍ ଅଧିକାରୀ ଚନ୍ଦ୍ରେଶ କେ ଯାଦବଙ୍କୁ କାର୍ଯ୍ୟରେ ଅବସ୍ଥାପିତ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ପ୍ରସ୍ତାବିତ ଏନ୍‍ଏଚ୍‍-୭୪ ପାଇଁ ୨୦୧୧ରୁ ୨୦୧୬ ମଧ୍ୟରେ ଜମି ଅଧିଗ୍ରହଣରେ ୩୦୦ କୋଟି ଟଙ୍କାର ଅନିୟମିତତା ହୋଇଥିବା ପଦାକୁ ଆସିଥିଲା। ଏହି ଜମି ଅଧିଗ୍ରହଣ ଅର୍ଥ ପ୍ରଦାନରେ ଦୁର୍ନୀତିରେ ଆଇଏଏସ୍‍ ଚନ୍ଦ୍ରେଶଙ୍କ ନାମ ଅସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହାପରେ ନିଲମ୍ବିତ ଆଇଏସ୍‍ ଅଧିକାରୀ ଚନ୍ଦ୍ରେଶ ତାଙ୍କୁ କାର୍ଯ୍ୟରେ ପୁନଃ ଅବସ୍ଥାପିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖିଥିଲେ। ସେ ନିଜ ପତ୍ରରେ ଦର୍ଶାଇଥିଲେ ଯେ ଭାରତୀୟ ପ୍ରଶାସନିକ ସେବା ନିୟମାବଳୀ ଅନୁସାରେ କୌଣସି ଆଇଏଏସ୍‍ ଅଧିକାରୀଙ୍କୁ ରାଜ୍ୟ ସରକାର ୩୦ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ନିଲମ୍ବିତ ରଖି ପାରିବେ ନାହିଁ।
ଜମି ଅଧିଗ୍ରହଣ ପାଇଁ କ୍ଷତିପୂରଣ ଅର୍ଥ ପ୍ରଦାନରେ ଅନିୟମିତତା ନେଇ ଏସଆଇଟି ରିପୋର୍ଟ ଆଧାରରେ ଉତ୍ତରାଖଣ୍ଡ ସରକାର ନୈନୀତାଲ ଜିଲାର ତତ୍କାଳୀନ କୌଶଳ ବିକାଶ ଏବଂ ରୋଜଗାର ସଚିବ ଡ. ପଙ୍କଜ ପାଣ୍ଡେ ଓ ଉଧମସିଂହ ନଗର ଜିଲାପାଳ ତଥା ଡିଏମ୍‍ ଚନ୍ଦ୍ରେଶଙ୍କୁ ନିଲମ୍ବିତ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories