www.samajalive.in
Tuesday, December 9, 2025
17.1 C
Bhubaneswar

ଆଜି ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି। ବିଶେଷ କରି ମାଲକାନଗିରିର ପଡୋଶୀ ଜିଲ୍ଲା ସୁକୁମା ଜିଲ୍ଲାର ଏକ ମାତ୍ର କୋଣ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳ ୭ଟା ଠାରୁ ମତଦାନ ଆରମ୍ଭ ହୋଇଛି। ମୋଟ ୨୩୦ଟି ବୁଥ ମଧ୍ୟରୁ ୪୨ଟି ଅତି ସମ୍ବେଦନଶୀଳ ମାଓ ପ୍ରବଣ ଅଞ୍ଚଳର ବୁଥକୁ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିଙ୍ଗ ପାର୍ଟି ପହଁଚିଛନ୍ତି। କଡା ସୁରକ୍ଷା ମଧ୍ୟରେ ବିଭିନ୍ନ ବୁଥ ଗୁଡିକରେ ଆଗ୍ରହ ସହକାରେ ମତଦାନ ପାଇଁ ଭୋଟର ମାନେ ଲମ୍ବାଧ।ଡିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ଆସନ ପାଇଁ ଭାଜପା, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ତିନିଜଣ ରଣାଙ୍ଗନରେ ଅବର୍ତୀନ ହୋଇଛନ୍ତି।
ଛତିଶଗଡ଼ ରାଜ୍ୟର ୯୦ ଟି ବିଧାନସଭା ଆସନ ପାଇଁ ମୋଟ ୧୧୮୧ ପ୍ରାର୍ଥୀ ରହିଛନ୍ତି। ଛତିଶଗଡ଼ ରାଜ୍ୟର ୧୨ ଟି ଜିଲ୍ଲାରେ ଆଜି ମତଦାନ ହେଉଛି। ସେଥି ମଧ୍ୟରେ ମାଓ ପ୍ରବଣ ୭ଟି ଜିଲ୍ଲାର ୨୦ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଆଜି ନିର୍ବାଚନ ହୋଇଛି। ମାଓବାଦୀ ମାନେ ନିର୍ବାଚନକୁ ବିରୋଧ କରୁଥିବାରୁ ନିର୍ବାଚନୀ ହିଂସା ଆଶଙ୍କାରେ ୧୦ ବାଟ।ଲିୟନ୍ କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କୁ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ମୁତୟନ କରାଯାଇଛି। ସୀମାନ୍ତବର୍ତି ଅଞ୍ଚଳ ହୋଇ ଥିବାରୁ ମାଲକାନଗିରିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ବିଶେଷ କରି କୋଣ୍ଟା ନିର୍ବାଚନ ମଣ୍ଡଳୀରେ ଓଡ଼ିଶାର ଓଡ଼ିଆ ଭୋଟର ମଧ୍ୟ ମତଦାନ ପାଇଁ ଧାଡିରେ ଛିଡା ହୋଇ ନିଜ ନିଜ ମତଦାନ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories