www.samajalive.in
Monday, December 8, 2025
27.1 C
Bhubaneswar

ଏହି ଫଳକୁ ଚୋପା ସହ ଖାଇଲେ ମିଳେ ଅନେକ ଲାଭ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ଫଳ ସେବନ କରିବା ନିତାନ୍ତ ଆବଶ୍ୟକ। ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟର ଅନେକ ଉପକାର କରିଥାଏ। ଫଳରେ ଅଧିକ ମାତ୍ରାରେ ଫାଇବର ରହିଛି, ଯାହା ଫଳ ଚୋପାରୁ ହିଁ ମିଳିଥାଏ। ମାତ୍ର ଅନେକଙ୍କୁ ଫଳର ଚୋପା କାଢି ଏହାକୁ ଖାଇବାର ଅଭ୍ୟାସ ରହିଛି। ଏପରି କି ସେଓର ଚୋପା କାଢି ମଧ୍ୟ ଅନେକ ଖାଇ ଥାଆନ୍ତି। ଜାଣନ୍ତୁ ଏଭଳି କେତେକ ଫଳ ବିଷୟରେ ଯାହାକୁ ଚୋପା ସହ ଖାଇବା ଉଚିତ।
ସେଓର ଚୋପା କାଢି କଦାପି ଖାଆନ୍ତୁ ନାହିଁ। ସେଓକୁ ଏହାର ଚୋପା ସହ ଖାଇବା ଦ୍ୱାରା ୩୩୨ ପ୍ରତିଶତ ଅଧିକ ଭିଟାମିନ କେ,୧୪୨ ପ୍ରତିଶତ ଅଧିକ ଭିଟାମିନ୍‌‌ ଏ ଓ ୧୧୫ ପ୍ରତିଶତ ଅଧିକ ଭିଟାମିନ ସି ଓ ୨୦ ପ୍ରତିଶତରୁ ଅଧିକ କ୍ୟାଲସିୟମ ମିଳିଥାଏ।

ପିଜୁଳି – ପିଜୁଳିର ଚୋପା କାଢି ମଧ୍ୟ ଖାଇବା ଉଚିତ ନୁହେଁ। ପିଜୁଳି ଚୋପାରେ ୩୧ ପ୍ରତିଶତରୁ ଅଧିକ ଫାଇବର ରହିଥାଏ। ଏହାସହ ପିଜୁଳି ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି।
ନାସପାତି – ନାସପାତି ମଧ୍ୟ ଖୁବ ସ୍ୱାଦିଷ୍ଟ ଫଳ। ଏହାକୁ ମଧ୍ୟ ଚୋପା ସହ ଖାଆନ୍ତୁ। ଏହାର ଚୋପାରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଯାହା ଚକ୍ଷୁ ପାଇଁ ଖୁବ ଉପକାରୀ।
ଆମ୍ବକୁ ଫଳର ରାଜା କୁହାଯାଏ। ସାଧାରଣତଃ ଅଧିକାଂଶ ଆମ୍ବରୁ ଚୋପା କାଢି ଏହାର ସେବନ କରିଥାଆନ୍ତି। ମାତ୍ର ଆମ୍ବର ଚୋପା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ଅତିରିକ୍ତ ଚର୍ବିକୁ ନଷ୍ଟ କରିଥାଏ। ଏହା କର୍କଟ ସହ ଲଢିବାରେ ମଧ୍ୟ ସହାୟକ ହୋଇଥାଏ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories