www.samajalive.in
Monday, December 8, 2025
20.1 C
Bhubaneswar

ନାବାଳକଙ୍କୁ ଛୁରା ମାଡ ଘଟଣା ; ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ଘରେ ପଶି ଦୁର୍ବୃତ୍ତ ନାବାଳକଙ୍କୁ ଛୁରାମାଡ କରିଥିବା ଘଟଣାରେ ଗୁରୁବାର ପୁଲିସ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। କେଉଁ କାରଣ ପାଇଁ ଉକ୍ତ ନାବାଳକଙ୍କୁ ଛୁରାମାଡ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ମୃତ ନାବାଳକ ହେଲେ ବେଣାପଞ୍ଜରୀ ଗାଁର ମନୋରଞ୍ଜନ ପାଲଟାସିଂହଙ୍କ ପୁଅ ଶୁଭମ୍‌ ସ୍ବରୂପ (୧୪)। ଶୁଭମ୍‌ ଷଣ୍ଢପୁର ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ର ଥିଲେ। ବାପା ମନୋରଞ୍ଜନ ଶିକ୍ଷକ ଚାକିରି କରିଛନ୍ତି। ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଇ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି।

ଗତକାଲି ଶୁଭମ୍‌ ଘରେ ଏକ କକ୍ଷରେ ବସି ପାଠ ପଢୁଥିବା ସମୟରେ ଘରର ଅନ୍ୟ ସଦସ୍ୟମାନେ ଅନ୍ୟ କକ୍ଷରେ ଥିଲେ। ଏହି ସମୟରେ ଶୁଭମ୍‌ଙ୍କ ଚିତ୍କାର ଶୁଣାଯାଇଥିଲା। ପରିବାର ଲୋକେ ଘରକୁ ଆସିବା ବେଳକୁ ତାଙ୍କ ବେକ ଓ ପେଟକୁ ଛୁରା ମାଡ ହୋଇଥିବା ଦେଖି ତୁରନ୍ତ ହସ୍ପିଟାଲ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମନୋରଞ୍ଜନଙ୍କର କାହା ସହିତ ଶତ୍ରୁତା ନ ଥିଲା। ଶୁଭମ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କୁ ଏପରି କାହିଁକି ଓ କିଏ ହତ୍ୟା କଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଅନ୍‌ଲାଇନ ଗେମ୍‌କୁ ନେଇ ଏପରି ଘଟଣା ଘଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories