www.samajalive.in
Monday, December 8, 2025
20.1 C
Bhubaneswar

ମୁକୁଟବିହୀନ ଭଜନ ସମ୍ରାଟ ଭିକାରୀ ବଳ

ଓଡ଼ିଆ ସଙ୍ଗୀତ ଜଗତରେ ଭଜନ ସମ୍ରାଟ ଭିକାରୀ ବଳ ଏକ ଅନନ୍ୟ କୃତିର କୀର୍ତ୍ତିସ୍ତମ୍ଭ। ଓଡ଼ିଶାର ପାରମ୍ପରିକ ସଙ୍ଗୀତ ଓଡ଼ିଶୀ, ଭଜନ, ଜଣାଣ, ଛାନ୍ଦ, ଚଉପଦୀ, ଚଉତିଶା, ଚମ୍ପୂ, ଗୀତଗୋବିନ୍ଦ ପ୍ରଭୃତିକୁ ଓଡ଼ିଶା ଓ ଓଡ଼ିଶା ବାହାରେ ପ୍ରଚାର ପ୍ରସାର କରାଇବାରେ ତାଙ୍କ ପ୍ରଚେଷ୍ଟାର ପଟାନ୍ତର ନାହିଁ। ଭାବ ଓ ଭକ୍ତିରେ ବିଭୋର ଏକ ବିରଳ ସ୍ବରର ନାଁ ଭିକାରୀ ବଳ।

https://samajalive.in/roads-in-moon/509382.html

- Advertisement -

୧୯୨୯ ମସିହା ମେ ୨୫ ତାରିଖରେ କେନ୍ଦ୍ରାପଡ଼ା ଜିଲାର ସୋବଳା ଗ୍ରାମରେ ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କ ପୂର୍ବରୁ ଜନ୍ମିତ ସନ୍ତାନମାନଙ୍କ ଅକାଳ ମୃତ୍ୟୁ ଘଟୁଥିବାରୁ ଯମ ଦାଢ଼ରୁ ରକ୍ଷା ପାଇବା ପାଇଁ ତାଙ୍କର ନାଁ ରଖାଯାଇଥିଲା ‘ଭିକାରୀ’। ସେହି ଭିକାରୀ ନିଜର ନିଷ୍ଠା, ଏକାଗ୍ରତା ଓ ସାଧନା ବଳରେ ‘ସମ୍ରାଟ’ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ଉଚ୍ଚଶିକ୍ଷାରୁ ବଞ୍ଚିତ ଭିକାରୀ ବଳ ନିଜର ସରଳ, ନମ୍ର, ଅମାୟିକ ବ୍ୟବହାର, ବିଭୁପ୍ରେମ, ଆଧ୍ୟାତ୍ମିକ ଚିନ୍ତନରେ ସମସ୍ତଙ୍କୁ ଆପଣେଇ ନେବାର ଭାବରେ ଆପଣାର କରିପାରିଥିଲେ। ସର୍ବତ୍ର ସେ ଅନୁଭବ କରୁଥିଲେ ଶ୍ରୀଜଗନ୍ନାଥଙ୍କ ସାନ୍ନିଧ୍ୟ। କେତେବେଳେ ସେ ତାଙ୍କୁ କୋଠଭୋଗଖିଆ ମୋ ଚକାଆଖିଆ, ଜଗବନ୍ଧୁ ପରି ଜଣେ ସାମନ୍ତ…, ମିଛ ଦିନିଆରେ ଗୋଟିଏ ସତ…., କାଳିଆ ସାଆନ୍ତ… ପ୍ରଭୃତି ନାମରେ ସମ୍ବୋଧନ କରି ନିଜକୁ ବଡ଼ଦେଉଳର ପାରା, ଜମି ହଳିଆ, ବଡ଼ଦାଣ୍ଡର ଭିକାରି, ଅରକ୍ଷ, ଅନାଥ, ପତିତ ରୂପରେ ଚିତ୍ରଣ କରିଛନ୍ତି। ଆଜି ସେହି ଭକ୍ତକଣ୍ଠ, ଭଜନ ସମ୍ରାଟ ଭିକାରୀ ବଳଙ୍କ ତ୍ରୟୋଦଶ ପୁଣ୍ୟତିଥିରେ ସେହି ଅମର ଆତ୍ମା ଉଦ୍ଦେଶ୍ୟରେ ବିନମ୍ର ଶ୍ରଦ୍ଧାଞ୍ଜଳି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories