www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ବ୍ୟବସାୟିକ ସିଲିଣ୍ଡର ଦର ବୃଦ୍ଧି ; ୨ ମାସରେ ୨ ଥର ବଢିଲା ଦାମ୍‌‌

ନୂଆଦିଲ୍ଲୀ : ପୁଣି ସିଲିଣ୍ଡର ମୂଲ୍ୟ ବୃଦ୍ଧି। ସରକାରୀ ତୈଳ କମ୍ପାନୀଗୁଡିକ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ଏଲପିଜି ମୂଲ୍ୟ ବୁଧବାର ୧୦୦ ଟଙ୍କା ବୃଦ୍ଧି କରିଛନ୍ତି। ଗତ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ଘଟିଛି। ଅକ୍ଟୋବରରେ, କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜିର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି କରିଥିଲେ। ଏହି ବୃଦ୍ଧି ହେତୁ ସିଲିଣ୍ଡରର ମୂଲ୍ୟ ୧୭୩୧.୫୦ ଟଙ୍କା ହୋଇଥିଲା।

ମୂଲ୍ୟରେ ନୂତନ ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୭୩୧ ରୁ ୧,୮୩୩ ଟଙ୍କାକୁ ବୃଦ୍ଧି ପାଇଛି। ଏହାର ମୂଲ୍ୟ ମୁମ୍ବଇରେ ୧,୭୮୫.୫୦ ଟଙ୍କା, କୋଲକାତାରେ ୧,୯୪୩ ଟଙ୍କା ଏବଂ ଚେନ୍ନାଇରେ ୧୯୯୯.୫୦ ଟଙ୍କା ହୋଇଛି। ଅକ୍ଟୋବରରେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ମୁମ୍ବଇରେ ୧,୬୮୪ ଟଙ୍କା, କୋଲକାତାରେ ୧,୮୩୯.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୮୯୮ ଟଙ୍କା ଥିଲା।

- Advertisement -

ସେପ୍ଟେମ୍ବର ୧ରେ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରିଥିଲେ। ଏହା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୫୨୨ ଟଙ୍କାକୁ ଖସିଥିଲା । ଅଗଷ୍ଟ ଆରମ୍ଭରେ ମଧ୍ୟ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୯.୭୫ ଟଙ୍କା ହ୍ରାସ କରିଥିଲେ। ତେବେ କମ୍ପାନୀଗୁଡିକ ଗତ ଦୁଇ ମାସ ମଧ୍ୟରେ ଦୁଇଥର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କା ରହିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories