ମନ୍ତ୍ରୀଙ୍କ ଦ୍ୱାରା ରାମମନ୍ଦିର ଓ ଭାଗବତ ଟୁଙ୍ଗୀ ପୁନରୁଦ୍ଧାର କାର୍ଯ୍ୟ ଉଦଘାଟିତ
ହରଭଙ୍ଗା: ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମରେ ରବିବାର ଗଜଲକ୍ଷ୍ମୀ ପୂଜା ଅବସରରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପଞ୍ଚାୟତିରାଜ ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ। ବନ୍ଧାପଥର ଗ୍ରାମରେ ହୋଇଥିବା ରାମ ମନ୍ଦିର ଓ ଭାଗବତ ଟୁଙ୍ଗୀ ପୁନରୁଦ୍ଧାର କାର୍ଯ୍ୟକୁ ମନ୍ତ୍ରୀ ଅମାତ ଶୁଭ ଉଦଘାଟନ କରିଥିଲେ। ତତ୍ସହିତ ଗ୍ରାମର ଦୁଇଟି ପ୍ରହର ମଣ୍ଡପ ଗୃହର ଶୁଭ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମରେ ବନ୍ଧାପଥର ଗ୍ରାମପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ପ୍ରଧାନ, ସମିତି ସଭ୍ୟା ଗୀତାଞ୍ଜଳୀ ବାରିକ, ୱାର୍ଡ ସଭ୍ୟା ପ୍ରତିଭା ରାଜହଂସ, ଗାୟତ୍ରୀ ସାହୁ, ପଙ୍କଜିନୀ ସେଠୀ, ଆନନ୍ଦ ଭବସାଗର, ସମାଜସେବୀ ଗୌତମ ପ୍ରଧାନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
Comments are closed.