www.samajalive.in
Monday, December 8, 2025
17.1 C
Bhubaneswar

କନିଅର ମଞ୍ଜି ଖାଇ ବୃଦ୍ଧାଙ୍କ ଆତ୍ମହତ୍ୟା

କଲମପୁର: କନିଅର ମଞ୍ଜି ଖାଇ ଜନୈକ ବୃଦ୍ଧା ଆତ୍ମହତ୍ୟା କରିଥିବା ଘଟଣା କଲମପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କଲମପୁର ପୁଲିସ ଥାନା ଅଧିନସ୍ଥ ମୀନଗୁର ସର୍ଗିପଡାର ଜନୈକ ୭୦ ବର୍ଷିୟ ବୃଦ୍ଧା ଇନ୍ଦୁମତୀ ବିହାରୀ ଗୁରୁବାର ବିଳମ୍ବିତ ରାତିରେ କୌଣସି କାରଣରୁ କନିଅର ମଞ୍ଜି ଖାଇ ଗୁରୁତର ହୋଇଥିଲେ। ତାଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ବୃଦ୍ଧାଙ୍କ ମୃତ୍ୟୁ ହେଇଥିଲା। ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ କଲମପୁର ପୁଲିସ ଥାନାକୁ ସୂଚନା ଦେବା ପରେ ବଡକୁଟୃ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ପ୍ରାଥଣିକ ତଦନ୍ତ କରି ମୃତଦେହ ଜବତ କରିବା ସହ ପଞ୍ଚନାମା କରିଥିଲେ। ଏହାପରେ କଲମପୁରଠାରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ନଥିବାରୁ ଜୟପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତରିତ କରାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories