www.samajalive.in
Sunday, December 7, 2025
14.1 C
Bhubaneswar

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସ୍ୱଚ୍ଛତା ଅଭିଯାନ

ଡେସ୍କ: ସ୍ୱଚ୍ଛ ଭାରତ ଅଭିଯାନ ୩.୦ ଅନ୍ତର୍ଗତ ରାଜ୍ୟରେ ଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅର୍ଥନୈତିକ ପରାମର୍ଶଦାତା ରବୀନ୍ଦ୍ର କୁମାର ଜେନା, କଟକ ଏବଂ ଭୁବନେଶ୍ୱର ସ୍ଥିତ ମନ୍ତ୍ରଣାଳୟର ସମସ୍ତ କାର୍ଯ୍ୟାଳୟଗୁଡ଼ିକର ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସମ୍ପର୍କିତ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ସଠିକ୍‌‌ ପାଳନ ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ।

ଶ୍ରୀ ଜେନା ଗତକାଲି ଆକାଶବାଣୀ କଟକ ଏବଂ ବାଲେଶ୍ୱର ସୋରୋ ଆକାଶବାଣୀ କେନ୍ଦ୍ରରେ ଚାଲିଥିବା ସ୍ୱଚ୍ଛତା ଅଭିଯାନ ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ଆଗାମୀ ଦିନରେ ସ୍ୱଚ୍ଛତାକୁ କିପରି ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଇ, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ନିୟମାବଳୀ ଠିକ୍‌‌ଠାକ୍‌‌ ରୂପେ ପାଳନ କରାଯାଇ ପାରିବ, ସେ ବିଷୟରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

ଶ୍ରୀ ଜେନା ଆଜି ଭୁବନେଶ୍ୱରସ୍ଥିତ ଏନ୍‌‌.ଏ.ବି.ଏମ୍‌‌. କାର୍ଯ୍ୟାଳୟ, ପତ୍ରସୂଚନା କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂଚାର ବ୍ୟୁରୋ କାର୍ଯ୍ୟାଳୟ, ଦୂରଦର୍ଶନ ସହିତ ଭୁବନେଶ୍ୱରଠାରେ ଥିବା ରେଡିଓ କାର୍ଯ୍ୟାଳୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଗୁଡ଼ିକର ଅନୁଧ୍ୟାନ କରିଥିଲେ। ଶ୍ରୀ ଜେନା ସ୍ୱଚ୍ଛତା ନିରୀକ୍ଷଣ ସମୟରେ କଟକ ଏବଂ ଭୁବନେଶ୍ୱରଠାରେ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ସ୍ୱଚ୍ଛତା ନିରୀକ୍ଷଣ ସମୟରେ କଟକ ଆକାଶବାଣୀ କେନ୍ଦ୍ରର ମୁଖ୍ୟ ପ୍ରକାଶ କୁମାର ପତି, ଏନ୍‌‌.ଏ.ବି.ଏମ୍‌‌. ମୁଖ୍ୟ ଆନନ୍ଦ ଚନ୍ଦ୍ର ସୁବୁଦ୍ଧି, ଭୁବନେଶ୍ୱର ଦୂରଦର୍ଶନ ମୁଖ୍ୟ ରିଜ୍‌‌ୱାନା ଅଖତର, କଟକ ଆଞ୍ଚଳିକ ସମ୍ବାଦ ବିଭାଗ ମୁଖ୍ୟ ଡଃ ସତ୍ୟ ନାରାୟଣ ପଟ୍ଟନାୟକ, କେନ୍ଦ୍ରୀୟ ସଂଚାର ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ଦାଶଙ୍କ ସମେତ ଆକାଶବାଣୀ ଓ ଦୂରଦର୍ଶନର କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories