www.samajalive.in
Monday, December 8, 2025
17.1 C
Bhubaneswar

‘ସମାଜ’ ର ପ୍ରଭାବ ; ଜଳ ସେଚନର ସୁବିଧା ପାଇଲେ ଚାଷୀ

କଲମପୁର :  ବର୍ଷାର ଅଭାବ ସହ କେନାଲର ଅବ୍ୟବସ୍ଥା ଯୋଗୁଁ ଜଳ ସେଚନରେ ଅନିୟମିତତା ପାଇଁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ ମାଧ୍ୟମରେ ଜଳ ସେଚନ ସୁବିଧା ପାଉଥିବା ଚାଷୀ ଅସୁବିଧାର ସମ୍ମୁଖିନ ହେଇଥିଲେ। ଏନେଇ ବାରମ୍ବାର ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଇଥିଲେ। କିନ୍ତୁ କୌଣସି ପ୍ରକାରେ ସଫଳ ହେଇନଥିଲେ। ଚାଷୀ ନିଜ ଚାଷ ଜମିରେ ଜଳ ସେଚନ ଯୋଗାଇବାରେ ବିଫଳ ହେଇ ଅସହାୟ ହେଇ ପଡିଥିଲେ। ଏନେଇ ‘ସମାଜ’ ଖବରକାଗଜରେ ଖବର ପ୍ରକାଶିତ ହେବା ପରେ ସୋମବାର ବିଭାଗୀୟ ଅଧିକାରୀ କେନାଲର ମରାମତି ଦିଗରେ ତତ୍ପରତା ଦେଖାଇଥିଲେ। କିଛି ଚାଷୀ ଅଜଥାରେ ପାଣି ଅଟକାଇ ରଖିଥିବା ସ୍ଥାନ ମାନଙ୍କରେ ବିଭାଗୀୟ ଅଧିକାରୀ ପହଂଚି ଅନାଧିକାର ଭାବେ ପାଣିକୁ ଅଟକାଇଥିବା ସ୍ଥାନରୁ ମାଟି କାଢି ସଫେଇ କରିବା ପରେ କେନାଲରେ ପାଣି ପ୍ରବାହିତ ହେଇଛି। ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ଆଦିତ୍ୟ ପ୍ରସାଦ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଇଂ. କଳାକାର ବାଗ, ପାଣି ପଂଚାୟତର ସଭାପତି ସୁନିଲ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟ ଏବଂ ଚାଷୀ ମାନଙ୍କ ଉପସ୍ଥିତିରେ ଜଳ ସେଚନ ସ୍ୱଭାବିକ ହେଇଛି। ଖରିଫ ଚାଷ ପାଇଁ ଆବଶ୍ୟକ ମୁତାବକ ଜଳ ସେଚନ ସୁବିଧା କରାଯିବା ନେଇ ଉପସ୍ଥିତ ଅଧିକାରୀ ମାନେ ଚାଷୀଙ୍କୁ ବୁଝାଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories