www.samajalive.in
Thursday, December 11, 2025
27.1 C
Bhubaneswar

ବଡ଼ଦାଣ୍ଡରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ପୁରୀ : କାର୍ତ୍ତିକ ମାସ ପୂର୍ବରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି କରିଛି ପ୍ରଦେଶ କଂଗ୍ରେସ କମିଟି। ନଚେତ ରାଜ୍ୟବ୍ୟାପୀ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ତ୍ୱେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ମରାମତି କରୁନଥିବାରୁ କଂଗ୍ରେସ ସମାଲୋଚନା କରିଛି। ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ସାକ୍ଷାତ କରି ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ହଜାର ହଜାର କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ଯାଇଥିଲେ। ବିଧାୟକ ତାରାପ୍ରସାଦ ବାହିନୀପତି ଓ ସୁରେଶ ଚନ୍ଦ୍ର ରାଉତରାୟ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଶରତ ରାଉତ, ପିସିସି ଉପସଭାପତି ଶିବାନନ୍ଦ ରାୟ, ଜିଲା କଂଗ୍ରେସ କମିଟି ସଭାପତି ଜୟ ନାରାୟଣ ପଟ୍ଟନାୟକ, ପୂର୍ବତନ ଏଆଇସିସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ଦଳର ବହୁ ବରିଷ୍ଠ ନେତା ସେଥିରେ ଅଂଶଗ୍ରହଣ କରିଥିଲେ। କାର୍ତ୍ତିକ ପୂର୍ବରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲାଯାଇ ଆବଶ୍ୟକ ମରାମତି ସହ ମହାପ୍ରଭୁଙ୍କ ମୂଲ୍ୟବାନ ଗହଣାର ଗଣତି, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ବେଆଇନ ଭାବେ ଅଧିଗୃହୀତ ହୋଇଥିବା ମହାପ୍ରଭୁଙ୍କ ଅମୃତ ମଣୋହି ଜମି ଫେରାଇ ଅଣାଯିବା, ପୁରୀ ସହରବାସୀଙ୍କ ଜମି ମାଲିକାନା ବିବାଦର ସ୍ଥାୟୀ ସମାଧାନ ପାଇଁ କଂଗ୍ରେସ ଦାବି କରିଛି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଶରଧାବାଲିରେ ଆୟୋଜିତ ସଭାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିବାରୁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ବଡ଼ଦାଣ୍ଡରେ ଅପେକ୍ଷା କରିବାକୁ ପଡୁଛି। କିଛି ପ୍ରଶାସନିକ ଅଧିକାରୀଙ୍କ ଜିଦ୍‌ ଯୋଗୁଁ ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲାଯାଉ ନାହିଁ। ରତ୍ନଭଣ୍ଡାର ଖୋଲି ମରାମତି ପାଇଁ ଗଜପତି ମହାରାଜ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନାହାନ୍ତି।
ପୂର୍ବତନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଏ ଲଢ଼େଇ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ। ୨୮ ତାରିଖ ସୁଦ୍ଧା ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲା ନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ। ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପଟ୍ଟନାୟକ କହିଲେ ଅଗଣିତ ଭକ୍ତଙ୍କ ପାଇଁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ଭକ୍ତଙ୍କ ଦାବି ପ୍ରତି ରାଜ୍ୟ ସରକାର ଅବହେଳା କରି ଆସୁଥିବା ସେ କହିଛନ୍ତି। ବିଧାୟକ ଶ୍ରୀ ବାହିନୀପତି କହିଲେ ପ୍ରଶାସନର ଅଯଥା କଟକଣା ଯୋଗୁଁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ କାନ୍ଦୁଛନ୍ତି। ତେଣୁ ଯଥାଶୀଘ୍ର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ସହ ରତ୍ନଭଣ୍ଡାର ଖୋଲି ମରାମତି କରାଯିବାକୁ କଂଗ୍ରେସ ନେତାମାନେ ଦାବି କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି କଂଗ୍ରେସର ଦାବି ସମ୍ପର୍କରେ ତର୍ଜମା କରାଯାଉଛି। ପରିଚାଳନା କମିଟି ଏ ସମ୍ପର୍କରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବ। ଅନ୍ୟମାନଙ୍କ ମଧ୍ୟରେ ପିସିସି ସମ୍ପାଦକ ବିଶ୍ୱନାଥ ଦାଶ, ନିଶିକାନ୍ତ ମିଶ୍ର, ସୁଜିତ ମହାପାତ୍ର, ସ୍ୱାଧୀନ କୁମାର ପଣ୍ଡା, ଅମରେନ୍ଦ୍ର ପାଇକରାୟ, ପ୍ରେମଜିତ ମହାନ୍ତି, ନିରଞ୍ଜନ ରଥ, ବିଦୁଲତା ଆଚାର୍ଯ୍ୟ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ରାମଚନ୍ଦ୍ର ସାହୁ, ବିନାୟକ ଦାସ ମହାପାତ୍ର, କାଳୀପ୍ରସାଦ ନାୟକ, ଆଲୋକ କୁମାର ଦାସ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରମୁଖ ସେଥିରେ ଅଂଶଗ୍ରହଣ କରିଥିଲେ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories