www.samajalive.in
Sunday, December 7, 2025
23.1 C
Bhubaneswar

ଏସ୍‌ଟିଏଫ୍‌ ଜାଲରେ ଧଳାଜହର ବେପାରୀ, ଗିରଫ ହେଲେ କୋର୍ଟ କର୍ମଚାରୀ

ଭୁବନେଶ୍ବର : ଏସ୍‌ଟିଏଫ୍‌ ଜାଲରେ ଧଳାଜହର ବେପାରୀ । କେନ୍ଦୁଝର ଜୁଡିସିଆଲ୍‌ କୋର୍ଟ ପିଅନ ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ଜୁଡିସିଆଲ୍‌ କୋର୍ଟ ପିଅନ ଦେବାନନ୍ଦ ସାମଲ ବୋଲି ଜଣାପଡିଛି । ଡିଲ୍‌ ବେଳେ ଦେବାନନ୍ଦଙ୍କୁ ମାଡି ବସିଲା ପୁଲିସ । ତାଙ୍କ ନିକଟରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଧଳାଜହର ଜବତ ହୋଇଛି। ଖବର ଅନୁଯାୟୀ ଏସ୍‌ଟିଏଫ୍‌ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା । ଏହାସହିତ ଏକ ମାରୁତି ଅଲ୍‌ଟୋ କାର୍‌ ମଧ୍ୟ ଜବତ କରିଛି ଏସ୍‌ଟିଏଫ୍‌ । ସେହିପରି ଏହି ଧଳାଜହର କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ମଧ୍ୟ ଏସ୍‌ଟିଏଫ୍‌ ଛାନ୍‌ଭିନ୍‌ ଜାରି ରଖିଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories