www.samajalive.in
Monday, December 8, 2025
20.1 C
Bhubaneswar

ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

ହରଭଙ୍ଗା : ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ  ଅଷ୍ଟମ ସାଧାରଣ ଅଧିବେଶନ ଚାରିଛକ ସ୍ଥିତ କେଦାରେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ସମ୍ମାନିତ ଅତିଥି ଭାବେ ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ମନୋରଞ୍ଜନ ପାତ୍ର, ବରିଷ୍ଠ ନାଗରିକ ମଞ୍ଚ ଜିଲ୍ଲା ସଭାପତି ଶିବ ପ୍ରସାଦ ମିଶ୍ର, ସମ୍ପାଦକ ଅକ୍ଷୟ କୁମାର ମାହାନ୍ତି  ଯୋଗ ଦେଇଥିଲେ। ବ୍ଲକ ସଭାପତି ରମେଶ ଚନ୍ଦ୍ର ଜେନା, ସ୍ୱାଗତ ଭାଷଣ ଦେବା ସହ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ। ସମ୍ପାଦକ ବାଳକୃଷ୍ଣ ନାୟକ ବୈଠକର ବିବରଣୀ ପାଠ କରିଥିଲେ, ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ପରିଚୟ ପତ୍ର ପ୍ରଦାନ ବିଷୟରେ ଆବଶ୍ୟକୀୟ  ପଦକ୍ଷେପ ନେବା ପାଇଁ  ଆଇଆଇସି ପ୍ରତିଶ୍ରୁତି ଦେବା ସହ ବରିଷ୍ଠ ନାଗରିକଙ୍କ ପାଇଁ ବିଶ୍ରାମ ଗୃହ ଓ କାର୍ଯ୍ୟାଳୟ ଗୃହ ଯୋଗାଇ ଦେବା ପାଇଁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ। ବରିଷ୍ଠ ନାଗରିକଙ୍କର ସୁରକ୍ଷା ସକାଶେ ଜିଲ୍ଲା ସ୍ତରରେ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ସଭାପତି ଓ ସମ୍ପାଦକ ମତାମତ ଦେଇଥିଲେ। ଶେଷରେ ମୁଖ୍ୟ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ,  ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories