www.samajalive.in
Tuesday, December 9, 2025
16.1 C
Bhubaneswar

ବିକଳ ଚିତ୍ର: ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ବାର୍ତ୍ତା ଖୋଜୁଛି ସ୍ୱଚ୍ଛ ପରିବେଶ

ରେଙ୍ଗାଲିକ୍ୟାମ୍ପ: କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ସ୍ୱଚ୍ଛ ପରିବେଶ ସୃଷ୍ଟି ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମମାନ କରୁଛନ୍ତି। ଏଥିପାଇଁ ଗାଁ ଗାଁରେ ବେଶ୍ ପ୍ରଚାର ପ୍ରସାର ମଧ୍ୟ ହେଉଛି ଅଶିକ୍ଷିତ ଲୋକଙ୍କୁ ସଚେତନ କରିବା ପାଇଁ। ହେଲେ ଅଶିକ୍ଷିତ ଗାଉଁଲି ଲୋକମାନଙ୍କ ଅପେକ୍ଷା ଶିକ୍ଷିତ ଭଦ୍ର ମଣିଷମାନଙ୍କ ମଧ୍ୟରେ ସଚେତନତାର ଅଧିକ ଅଭାବ ଦେଖାଦେଉଛି। ସ୍ବଚ୍ଛତା ଅଭିଯାନର ଆବଶ୍ୟକତା ଗ୍ରାମାଞ୍ଚଳ ଅପେକ୍ଷା ସହରମାନଙ୍କରେ ଅଧିକ ରହୁଥିବା ମନେ ହୁଏ। କାରଣ ଶିକ୍ଷିତ ସମାଜରେ ଏହାକୁ ଅଣଦେଖା କରାଯାଇଛି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ସ୍ବାସ୍ଥ୍ୟକେନ୍ଦ୍ରର ଭିତର ଚକାଚକ୍, ହେଲେ ବାହାର ପରିବେଶ ଦାନ୍ତ ଦେଖାଉଛି ସ୍ୱଚ୍ଛ ଭାରତ ଅଭିଯାନକୁ। ସ୍ବାସ୍ଥ୍ୟକେନ୍ଦ୍ରର ବାହାରେ ଲାଗିଛି ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସଚେତନତାର ବାର୍ତ୍ତା ଦେଉଥିବା ହୋର୍ଡିଂ। କିନ୍ତୁ ତାର ଚାରିପଟେ ଜମି ରହିଛି କୁଢ଼ କୁଢ଼ ମଇଳା ଆବର୍ଜନା। ଏହି ଦୃଶ୍ୟ ଲୋକଙ୍କୁ କି ବାର୍ତ୍ତା ଦେବ ନିଜେ ତ ଅଣନିଃଶ୍ୱାସୀ ହୋଇପଡ଼ିଛି। ସ୍ବାସ୍ଥ୍ୟକେନ୍ଦ୍ରର ଭିତରେ ମଧ୍ୟ ଆବର୍ଜନା ଗଦା ଗଦା। ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ତଥା ଏନଏସିର କର୍ତ୍ତୃପକ୍ଷ ପ୍ରତିଦିନ ଏହି ରାସ୍ତା ଦେଇ ଯାଉଛନ୍ତି। ହେଲେ ଏହା ଉପରେ କାହାରି ନଜର ପଡ଼ୁନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories