www.samajalive.in
Monday, December 8, 2025
27.1 C
Bhubaneswar

ଅସହିଷ୍ଣୁତା ଓ ମାନବାଧିକାର ଉଲ୍ଲଙ୍ଘନ ବଢିବାରେ ଲାଗିଛି: ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ : ଦେଶରେ ଅସହିଷ୍ଣୁତା ଓ ମାନବାଧିକାର ଉଲ୍ଲଙ୍ଘନ ବୃଦ୍ଧିପାଇବାରେ ଲାଗିଛି ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ଏହା ସହିତ ଦେଶରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ତାରତମ୍ୟ ବଢିବାରେ ଲାଗିଛି। ପ୍ରଣବ ମୁଖାର୍ଜୀ ଫାଉଣ୍ଡେସନ ଓ ସେଣ୍ଟର ଫର ରିସର୍ଚ୍ଚ ଫର ରୁରାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ (ସିଆରଆରଆଇଡି)ର ମିଳିତ ଉଦ୍ୟମରେ ଆୟୋଜିତ ଏକ ଜାତୀୟ ଆଲୋଚନାଚକ୍ରରେ ଭାଗ ନେଇ ଶ୍ରୀ ମୁଖାର୍ଜୀ ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ମାଟି ବସୁଧୈବ କୁଟୁମ୍ବକମ୍‍ର ବାର୍ତ୍ତା ଦେଇଥାଏ। ଏହା ସହିତ ସହିଷ୍ଣୁତା, କ୍ଷମା, ସ୍ନେହ ପ୍ରେମର ବାର୍ତ୍ତା ମଧ୍ୟ ଦେଇଥାଏ; ମାତ୍ର ଭାରତରେ ଏହିସବୁ ମହନୀୟ ଗୁଣ ହ୍ରାସ ପାଇବାରେ ଲାଗିଛି ବୋଲି ମୁଖାର୍ଜୀ କହିଛନ୍ତି। ସହିଷ୍ଣୁତା, ବହୁବାଦକୁ ସମ୍ମାନ ଦେଉଥିବା ଦେଶରେ ଶାନ୍ତି ଓ ସଦ୍‍ଭାବ ବଜାୟ ରହିଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories