www.samajalive.in
Thursday, December 11, 2025
27.1 C
Bhubaneswar

ବଲିଉଡ୍‌ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର : ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍‌ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । କଲ୍ୟାଣ ଜୁଏଲର୍ସର ସିଇଓ  ସଂଜୟ ରଘୁରମଣଙ୍କ ଉପସ୍ଥିତିରେ ବଲିଉଡ୍‌ ତାରକା ଜାହ୍ମବୀ କପୁର ସୋ’ରୁମ୍‌କୁ ଉଦ୍‌ଘାଟନ କରିଛନ୍ତି । ଏହା ହେଉଛି ଓଡ଼ିଶାରେ କଂପାନିର ପଂଚମ ସୋ’ରୁମ ।

ଏହି ଅବସରରେ ବଲିଉଡ୍‌ ତାରକା ଜାହ୍ମବୀ କପୁର କହିଛନ୍ତି ଯେ, “ଭୁବନେଶ୍ୱରରେ ସୋ’ରୁମ୍‌ ଶୁଭାରମ୍ଭ ସମାରୋହର ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ । ଭାରତର ଗହଣା ଶିଳ୍ପରେ ନିରନ୍ତର ଭାବେ ବିପ୍ଳବ ଆଣୁଥିବା ଏକ ବ୍ରାଣ୍ଡ୍‌ କଲ୍ୟାଣ ଜୁଏଲର୍ସର ପ୍ରତିନିଧି ହୋଇ ଏଠାରେ ଉପସ୍ଥିତ ରହିବା ମୋତେ ବେଶ ଗର୍ବିତ କରିଛି । ଏହି ବ୍ରାଣ୍ଡ୍‌ର ଆକର୍ଷଣୀୟ ଗହଣାର ଚମକ୍ରାରିତା ତାହାର ସୂକ୍ଷ୍ମ କାରିଗରୀ ଓ ସୁନ୍ଦର ସୌନ୍ଦର୍ଯ୍ୟରେ ଅନ୍ତର୍ନିହିତ ରହିଛି ଯାହା ଭାରତର ବିବିଧ ସାଂସ୍କୃତିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହି ଅଂଚଳର ପୃଷ୍ଠପୋଷକମାନଙ୍କୁ ଶ୍ରେଷ୍ଠ ମାନର ସପିଙ୍ଗ ଅନୁଭୂତି ପ୍ରଦାନ କରିବା ପାଇଁ ବ୍ରାଣ୍ଡ୍‌ର ରହିଥିବା ଅତୁଟ ପ୍ରତିବଦ୍ଧତା ସ୍ୱରୂପ ଏହି ଆକର୍ଷଣୀୟ ସୋ’ରୁମ୍‌ ଦଣ୍ଡାୟମାନ ହୋଇଛି । ମୋର ବିଶ୍ୱାସ ରହିଛି ଯେ ପୃଷ୍ଟପୋଷକମାନେ ପୂର୍ଣ୍ଣ ହୃଦୟରେ ଏହାକୁ ଗ୍ରହଣ କରିବେ ଏବଂ କଲ୍ୟାଣ ଜୁଏଲର୍ସକୁ ସମର୍ଥନ କରିବେ ।’’

- Advertisement -

ନୂଆ ସୋ’ରୁମ୍‌ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ  ରମେଶ କଲ୍ୟାଣ ରମଣ କହିଛନ୍ତି ଯେ, “ଗ୍ରାହକଙ୍କ ସପିଙ୍ଗ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ କଂପାନି ଏକ ବଡ଼ ମାଇଲଖୁଂଟ ହାସଲ କରିବା ସହ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଭୁବନେଶ୍ୱରରେ ଆମର ତୃତିୟ ସୋ’ରୁମ୍‌ ବିଷୟରେ ଘୋଷଣା କରି ଆମେ ବେଶ ଆନନ୍ଦିତ । ଆମେ ଆମ ଅଭିବୃଦ୍ଧି ଯାତ୍ରାର ପରବର୍ତୀ ପର୍ଯ୍ୟାୟ ଆରମ୍ଭ କରିଥିବା ବେଳେ ଏହି ଅଂଚଳରେ ଆମ ଉପସ୍ଥିତିର ସମ୍ପ୍ରସାରଣ କରୁଛୁ । ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ଅନୁଭୂତି ପ୍ରଦାନ କରିବା ସହିତ ବିଶ୍ୱାସ ଓ ସ୍ୱଚ୍ଛତାର କଂପାନିର ଯେଉଁ ମୂଲ୍ୟବୋଧ ରହିଛି ତାହାକୁ ଆସୁଥିବା ସମୟରେ ମଧ୍ୟ ପାଳନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ।’’

ଏହି ନୂତନ ସୋ’ରୁମ୍‌ର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଙ୍ଗ ଉପରେ ଗ୍ରାହକଙ୍କୁ କିଣା ମୂଲ୍ୟରଅଧା ଦାମ୍‌ରେ  ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଉଛି । ୨୦୨୩ ସେପ୍ଟେମ୍ବର ୨୪ ଓ ୨୫ ତାରିଖ ଦୁଇ ଦିନ ପାଇଁ ଏହି ଅଫର ବୈଧ ରହିବ । କଂପାନିର ସମସ୍ତ ସୋ’ରୁମ୍‌ରେ ସମାନ ଥିବା “କଲ୍ୟାଣ ସ୍ପେସିଆଲ ଗୋଲ୍ଡ ବୋର୍ଡ ରେଟ୍‌’ ଯାହା ବଜାରରେ ସର୍ବନିମ୍ନ ତାହା ଲାଗୁ ହେବ, ଫଳରେ ଏକ ନିରବଚ୍ଛିନ୍ନ ଓ ସର୍ଭିସ୍‌ ସୁବିଧା ଥିବା ସପିଙ୍ଗ ଅନୁଭୂତିକୁ ସୁନିଶ୍ଚିତ କରାଯାଇପାରିବ ।
ଏହି ଅଂଚଳରେ ରିଟେଲ୍‌ ଉପସ୍ଥିତିର ସମ୍ପ୍ରସାରଣ କରି ବ୍ରାଣ୍ଡ୍‌କୁ ପୃଷ୍ଠପୋଷକମାନଙ୍କ ପାଖରେ ପହଂଚାଇବା ଏବଂ ଅଭିବୃଦ୍ଧି ଧାରାକୁ ସହଯୋଗ କରିବା ପାଇଁ କଂପାନିର ରହିଥିବା ରଣନୀତିର ଏକ ଅଂଶ ହେଉଛି ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଥିବା ଏହି ସୋ’ରୁମ୍‌ ।
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍‌ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍‌ ଓ ବାଏ ବ୍ୟାକ୍‌ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି । ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍‌ ।
ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ସାରା ଭାରତରୁ ପ୍ରସ୍ତୁତ କରାଯାଇଥିବା ବ୍ରାଇଡାଲ୍‌ ଗହଣା ମୁହୁରତର ଷ୍ଟକ୍‌ ରହିବ । ଏଥି ସହିତ ଏଥିରେ କଲ୍ୟାଣର ଲୋକପ୍ରିୟ ବ୍ରାଣ୍ଡ୍‌ ତେଜସ୍ୱୀ (ପୋଲକି ଗହଣା), ମୁଦ୍ଧରା (ହାତତିଆରି ଆଂଟିକ୍‌ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନ୍‌ସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ୱତନ୍ତ୍ର ଅବସର ପାଇଁ ହୀରା), ଅନ୍ତରା (ବିବାହ ଅବସର ପାଇଁ ହୀରା), ରଙ୍ଗ (ପ୍ରିସିଅସ୍‌ ଷ୍ଟୋନ୍‌ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା (କଲର୍‌ ଷ୍ଟୋନ ଓ ହୀରା ଗହଣା) ଆଦି ରହିବ ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories