www.samajalive.in
Monday, December 8, 2025
17.1 C
Bhubaneswar

ମୁକ୍ତାପୁର ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଘୋଷିତ

ପାଟଣା: ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆସ୍ପାୟାର ପକ୍ଷରୁ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ନିରୂପମା ନାୟକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ତିଳୋତ୍ତମା ମହାନ୍ତ, ମୁକ୍ତାପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ତ୍ରିଲୋଚନ ମହାନ୍ତ, ପରିଚାଳନା କମିଟିର ଜଗନ୍ନାଥ ନାୟକ, ଅଙ୍ଗନୱାଡ଼ି କର୍ମୀ ଶକୁନ୍ତଳା ନାଏକ, ରଜନୀ ନାଏକ, ଟୁନି ନାଏକ, ପ୍ରମିଳା ନାୟକଙ୍କ ସହ କାଞ୍ଚନବାଳା ନାୟକ, ବନିତା ମହାକୁଡ଼, ସୁମତି ମହାକୁଡ଼, ସୁଲୋଚନା ନାଏକ, କୁନି ଘଣା, ଜଗଦୀଶ ନାଏକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହାକୁ ଆୟୋଜନ କରିଥିଲେ ଆସ୍ପାୟାରର ମୁକ୍ତାପୁର ଗ୍ରାମପଞ୍ଚାୟତ କର୍ମକର୍ତ୍ତା ଫକୀର ଚରଣ ମହାନ୍ତ। ଏହି ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ପଞ୍ଚାୟତର ୬ରୁ ୧୪ ବର୍ଷର ସମସ୍ତ ଶିଶୁ ମାନେ ଶିକ୍ଷାର ମୁଖ୍ୟ ସ୍ରୋତ ସହିତ ଜଡିତ ହେବା ସହିତ ଭବିଷ୍ୟତରେ ଯେମିତି କୌଣସି ଶିଶୁ ଶିକ୍ଷା ଠାରୁ ଦୂରେଇ ନ ଯାଇ ଶିକ୍ଷାର ମୌଳିକ ଅଧିକାର ପାଇ ପାରିବେ ବୋଲି ସେ ବିଷୟରେ ଆଲୋଚନା କରାଯିବା ସହିତ ଶିଶୁ ଶ୍ରମିକକୁ କେମିତି ରୋକା ଯାଇପାରିବ ତାହା ଆଲୋଚନା କରାଯାଇଥିଲା। ଆସ୍ପାୟାର ଭୋଳବେଡା କ୍ଲଷ୍ଟର ଯଶୋବନ୍ତ ମହାନ୍ତ ଆସ୍ପାୟାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିବା ସହିତ ବାଲ୍ୟ ବିବାହ କିପରି ସମ୍ପୁର୍ଣ୍ଣ ବନ୍ଦ କରା ଯାଇପାରିବ ଆଲୋଚନା କରିଥିଲା। ଏହି ସମାରୋହରେ ମୁକ୍ତାପୁର ପାଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ୩ ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ ଏଥିରେ ଭୋଳବେଡା କ୍ଲଷ୍ଟରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ସିଏଫ ଯଶୋବନ୍ତ ମହାନ୍ତ, ଜିପିସିଏମ ଦେବାଶିଷ ମହାନ୍ତ, ଫକୀର ଚରଣ ମହାନ୍ତ, ସଂଗ୍ରାମ ରାଉତ, ଝିଲିମଣି ମହାପାତ୍ର, ଦେଶବନ୍ଧୁ ଚିତ୍ତରଞ୍ଜନ ମହାନ୍ତ, ଗୋଲଖ ନାୟକ, ବିବେକାନନ୍ଦ ମହାନ୍ତ ଏବଂ ପଞ୍ଚାୟତବାସୀ ସହଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories