www.samajalive.in
Monday, December 8, 2025
20.1 C
Bhubaneswar

‘ଅମିତ ଶାହା ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ’

ମୁ୍‍ମ୍ବଇ: ତୁଲସୀରାମ ପ୍ରଜାପତି ହତ୍ୟା ମାମଲା ପୁଣି ଏକ ନୂଆ ମୋଡ଼ ନେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହି ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଜଣେ ପୁଲିିସ ଅଧିକାରୀ ମୁମ୍ବଇର ଟ୍ରାଏଲ୍‍ କୋର୍ଟରେ ବୟାନ ଦେଇଛନ୍ତି।
ଶୋରାବୁଦ୍ଦିନ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ତୁଲସୀରାମ ପ୍ରଜାପତିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ୨୦୧୨ରୁ ଏହାର ତଦନ୍ତ ଭାର ନେଇଥିବା ସନ୍ଦୀପ ତାମଗଡ଼ଜେ ନାମକ ଜଣେ ପୁଲିସ ଅଧିକାରୀ ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ ମୁମ୍ବଇ କୋର୍ଟରେ କହିଛନ୍ତି ଯେ ଅମିତ ଶାହାଙ୍କ ସମେତ ପୁଲିସ ଅଧିକାରୀ ଡି ଜି ବଞ୍ଜାରା, ରାଜକୁମାର ପାଣ୍ଡିଆନ୍‍ ଓ ଦିନେଶ ଏମ୍‍ ଏନ୍‍ ଏହି ଷଡ଼ଯନ୍ତ୍ର ରଚନା କରିଥିଲେ। ସନ୍ଦୀପ କହିଛନ୍ତି ଯେ ସେ ଅମିତ ଓ ବର୍ତ୍ତମାନର ରାଜସ୍ଥାନ ଗୃହ ମନ୍ତ୍ରୀ ଗୁଲାବଚାନ୍ଦ କଟାରିଆଙ୍କୁ ଜେରା କରିଥିଲେ। ଦୁଇ ଜଣଙ୍କ ବୟାନରେ ତାଳମେଳ ରହୁନି। ତେଣୁ ଏହି ହତ୍ୟାକାଣ୍ଡ ପଛରେ ଉପରୋକ୍ତ ତିନିଜଣଙ୍କ ହାତ ଥିବା ସ୍ପଷ୍ଟ ହୋଇଛି। ଅବଶ୍ୟ ଏ ସମ୍ପର୍କିତ ପ୍ରମାଣ ଓ ଦସ୍ତାବେଜ ଉପସ୍ଥାପନ କରିବାରେ ସନ୍ଦୀପ ବିଫଳ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୦୫, ନଭେମ୍ବରରେ ଅପରାଧୀ ଶୋରାବୁଦ୍ଦିନ ସେକ୍‍ ଓ ତାଙ୍କ ସ୍ତ୍ରୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ। ଏହାକୁ ମିଥ୍ୟା ଏନ୍‍କାଉଣ୍ଟର ଓ ପୁଲିସର ସୁପରକଳ୍ପିତ ଯୋଜନା ବୋଲି ଅଭିଯୋଗ ଆସିଥିଲା। କିଛି ଦିନ ପରେ ଏହି ହତ୍ୟା ଘଟଣାର ପ୍ରତ୍ୟକ୍ଷଦର୍ଶୀ ଭାବେ ଦାବି କରୁଥିବା ତୁଳସୀରାମ ପ୍ରଜାପତିଙ୍କ ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡ ପଛରେ ତତ୍କାଳୀନ ପୁଲିସ ଆଇଜି ଅମିତ ଶାହାଙ୍କ ନାମ ଯୋଡ଼ି ହୋଇଯାଇଥିଲା। କିନ୍ତୁ ଉପଯୁକ୍ତ ସାକ୍ଷୀ ଓ ପ୍ରମାଣ ଅଭାବରୁ ଅମିତ ଶାହାଙ୍କ ସମେତ ୧୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ସିବିଆଇ କୋର୍ଟ ନିର୍ଦୋଷ ଘୋଷଣା କରିଛନ୍ତି।
ଅପରପକ୍ଷରେ ସନ୍ଦୀପଙ୍କ ଏହି ବୟାନ ପରେ ରାଜନୀତି ପୁଣି ଊଷ୍ମ ହେବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧୀ ବିଜେପିକୁ ସମାଲୋଚନା କରିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ ପାଲଟା ଟ୍ୱିଟ୍‍ରେ ରାହୁଲ୍‍ଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories