www.samajalive.in
Sunday, December 7, 2025
13.1 C
Bhubaneswar

ପିପିଲିରେ ଗଣେଶ ପୂଜା ପାଳିତ

ପିପିଲି:ପିପିଲିର ପୁରପଲ୍ଲୀରେ ପ୍ରଭୂ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଅତ୍ୟନ୍ତ ଭକ୍ତି ସହକାରେ ପାଳିତ ହୋଇଯାଇଛି। ପିପିଲି କଲେଜ, ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜବାହର ବିଦ୍ୟାପୀଠ, ପିପିଲି ନୋଡାଲ ହାଇସ୍କୁଲ, ଗୋବିନ୍ଦପୁର ହାଇସ୍କୁଲ, ମଙ୍ଗଳପୁର ସ୍ଥିତ ପଦ୍ମାବତୀ ହାଇସ୍କୁଲ, ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ, ଗୁଡିଆପୋଖରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସଁପୁର ସ୍ଥିତ ଅଷ୍ଟଶମ୍ଭୁ ବିଦ୍ୟାପୀଠ, ନହଳାପଡା ହାଇସ୍କୁଲ, ଦାଣ୍ଡମୁକୁନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସାଇ ଇଣ୍ଟିଗ୍ରାଲ ସ୍କୁଲ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରଭୂ ଶ୍ରୀ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତିକୁ ପୂଜାର୍ଚ୍ଛନା କରାଯିବା ସହ ଭୋଜିର ଆୟୋଜନ କରାଯାଇଥିଲା।

କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଂଜିନିୟରିଂ କଲେଜରେ ମଧ୍ୟ ଗଣେଶ ପୂଜା ଅତି ଯାକଜମକରେ ପାଳନ କରାଯାଇଥିଲା। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନାପୀଠ ବାଲିଗାଁ ସ୍ଥିତ ଶ୍ରୀଗଣେଶଙ୍କ ମନ୍ଦିରରେ ମଧ୍ୟ ଏହି ଉପଲକ୍ଷେ ସ୍ୱତନ୍ତ୍ର ପୂଜାତ୍ସବର ଆୟୋଜନ କରାଯାଇଥିଲା। ପିପିଲିର ମହାରାଜା କ୍ଲବ, ଗଣପତି କ୍ଲବ, ପିପିଲି ବଜାର ବ୍ୟବସାୟୀ ସଂଘ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆକର୍ଷଣୀୟ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ସିଉଳା ଛକ, ଜଇସପାଟଣା ବଜାର, ପିପିଲି ବଜାର, ହାଟଛକ, ସିରିଆପୁର ଛକ, ଖଣ୍ଡିଆଗିରି ଛକ,ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର, କାକୁଡିଆ ଛକ, କଣ୍ଟି ବଜାର, ବାରିମୂଳ ଛକ, ମଠସାହି ଛକ, ଅନନ୍ତପୁର ଛକ, ମାଧିପୁର ଛକ, ଭାରତୀପୁର ଛକ, ଅକ୍ଟ୍ରାଇ ଛକ, ବାଜପୋଇ ବଜାର, ହାଟସାହି ଗ୍ରାମ୍ୟ ଛକ, ଜଗନ୍ନାଥପୁର ବଜାର ଆଦି ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ସଂନ୍ଧ୍ୟାରେ କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories