www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲି ରିଲିଜ ହେବ ‘ଜିରୋ’ର ପ୍ରଥମ ଗୀତ

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ଜିରୋ’ର ପ୍ରଥମ ଗୀତ ଆସନ୍ତାକାଲି ଶୁକ୍ରବାର ମୁକ୍ତିଲାଭ କରିବାକୁ ଯାଉଛି। ଶୁକ୍ରବାର ରିଲିଜ ହେବାକୁଥିବା ଏହି ଗୀତର ନାମ ‘ମେରା ନାମ ତୁ’। ଏହି ଗୀତଟିରେ ଅନୁଷ୍କା ଶର୍ମା ଏବଂ ଶାହରୁଖ ଖାନଙ୍କୁ ଦେଖିବାରକୁ ମିଳିବ। ଗୁରୁବାର ସାମାଜିକ ଗଣମାଧ୍ୟମରେ ଶାହରୁଖ ନିଜେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତା ଶାହାରୁଖ ଖାନ ବଉଆ ସିଂ ନାମକ ଏକ ବାମନ ଚରିତ୍ରରେ ନଜର ଆସିବେ। ବଉଆ ସିଂ ଯିଏ ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସଘର୍ଷ କରୁଥିବା ଦେଖିବାକୁ ମିଳିଛି। ବଉଆ ସିଂର ମିରଟ ରୁ ନ୍ୟୁୟର୍କର ଯାତ୍ରାକୁ ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଜିରୋ ଚଳଚ୍ଚିତ୍ରରେ ଅଭିନେତା ଶାହାରୁଖ ଖାନଙ୍କ ସହ ଦୁଇ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ ନଜର ଆସିବେ। ଅଭିନେତ୍ରୀ ଅନୁଷ୍କା ଚଳଚ୍ଚିତ୍ରରେ ଏକ ବୈଜ୍ଞାନିକଙ୍କ ଭୂମିକାରେ ନଜର ଆସିବାକୁ ଥିବା​ବ‌େଳେ​‌ କ୍ୟାଟ୍ରିନା ଏକ ସଫଳ କଳାକାରର ଚରିତ୍ରରେ ନଜର ଆସୁଛନ୍ତି। ଏହି ତିନି କଳାକାରଙ୍କୁ ପୂର୍ବରୁ ‘ଜବ ତକ ହେ ଜାନ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏବେ ଏହାର ଗୀତକୁ ଉତ୍କଣ୍ଠାର ସହ ଚାହିଁବସିଛନ୍ତି ଦର୍ଶକ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories