ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହା ବାସ୍ତୁ ଦୋଷକୁ ଦୂର କରିବା ସହ ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ କରିଥାଏ। ସେହି ସମସ୍ତ ଉପାୟ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଘରେ ରଖାଯାଉଥିବା କିଛି ସ୍ୱତନ୍ତ୍ର ଗଛ। ବାସ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ସମସ୍ତ ଗଛ ଗୁଡିକୁ ଘରେ ସଠିକ୍ ସ୍ଥାନରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। ସେଭଳି କିଛି ଗଛ ମଧ୍ୟରୁ ଗୋଟିଏ ହେଉଛି ସ୍ନେକ୍ ପ୍ଲାଣ୍ଟ। ଏହାକୁ ଘରେ ରଖିବା ଦ୍ୱାରା ଖୁବ୍ ଲାଭ ହୋଇଥାଏ। ଜାଣନ୍ତୁ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ସ୍ନେକ ପ୍ଲାଣ୍ଟ ରଖିବା ଦ୍ୱାରା ଟଙ୍କାଅଭାବ ଦୂର ହୋଇଥାଏ। ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ,ସ୍ନେହଶ୍ରଦ୍ଧା ରହିଥାଏ। ବାସ୍ତୁରେ ଏହାକୁ ଭାଗ୍ୟଶାଳୀ ଗଛ କୁହାଯାଏ।
ସ୍ନେକ୍ ପ୍ଲାଣ୍ଟ୍କୁ ଘରର ପୂର୍ବ, ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ କୋଣରେ ଲଗାଇବା ଶୁଭଙ୍କର। ସ୍ନେକ୍ ପ୍ଲାଣ୍ଟ୍କୁ ସର୍ବଦା ଅଲଗା ରଖନ୍ତୁ। ଏହାକୁ ଅନ୍ୟ ଗଛ ନିକଟରେ ରଖନ୍ତୁ ନାହିଁ। ନଚେତ୍ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ସ୍ନେକ୍ ପ୍ଲାଣ୍ଟ୍କୁ ପ୍ରାକୃତିକ ବାୟୁ ବିଶୋଧକ କୁହାଯାଏ। ଏହା ଘରର ପରିବେଶକୁ ଶୁଦ୍ଧ ରଖିଥାଏ। ଏହା ମାନସିକ ଦୁଶ୍ଚିନ୍ତାକୁ ଦୂର କରିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ। ଜୀବନରେ ଥିବା ସମସ୍ୟାକୁ ଦୂର କରି ସଫଳତା ଆଣିଥାଏ।
ସ୍ନେକ୍ ପ୍ଲାଣ୍ଟ୍କୁ ଘରର ମୁଖ୍ୟ ଫାଟକ ନିକଟରେ ରଖିବା ଶୁଭଙ୍କର। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ। ଧନକୁ ଆକର୍ଷିତ କରିଥାଏ।
କର୍ମକ୍ଷେତ୍ର,ବ୍ୟବସାୟରେ ଉନ୍ନତି ପାଇଁ ଏହାକୁ ରଖନ୍ତୁ। ଏହାଦ୍ୱାରା ଉନ୍ନତି ସହ ସଫଳତା ମିଳିଥାଏ।
ଏଥିପ୍ରତି ଧ୍ୟାନ ଦେବେ ସ୍ନେକ୍ ପ୍ଲାଣ୍ଟ୍କୁ କଦାପି ଗାଧୁଆଘରେ ରଖନ୍ତୁ ନାହିଁ।



