www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରମ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ନିର୍ମାଣ ଶ୍ରମିକ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଶ୍ରମ ବିଭାଗର ସ୍ଥାଣୁତା, ମନମୁଖୀ ଶାସନ ଓ ଶ୍ରମିକମାରଣ ନୀତି ପ୍ରତିବାଦରେ ଭାରତୀୟ ମଜଦୂର ସଂଘ ପରିଚାଳିତ ଓଡ଼ିଶା କୃଷି ଓ ଗ୍ରାମୀଣ ମଜଦୂର ସଂଘ ପକ୍ଷରୁ ବୁଧବାର ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୁର ସଂଘ ଓଡ଼ିଶା ରାଜ୍ୟ ସମ୍ପାଦକ ତଥା କେନ୍ଦୁଝର ଜିଲା ପ୍ରଭାରୀ ଡାକ୍ତର ମହାନ୍ତଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ସାହୁ, ଜିଲା ସମ୍ପାଦକ ବାବୁଲାଲ ମହାନ୍ତ, ଶ୍ରମିକ ନେତା ଚନ୍ଦନ ବୋଇପାଇ, ଉପସଭାନେତ୍ରୀ ବିଣାପାଣୀ ବେହେରା, ବବିତା ମହାନ୍ତ, ଗାୟତ୍ରୀ ଜେନା, ଅର୍ଜୁନ ବେହେରା ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନର ନେତୃତ୍ୱ ନଇ ଜିଲାର ହଜାର ହଜାର ନିର୍ମାଣ ଶ୍ରମିକ ସେମାନଙ୍କର ନୂତନ ପଞ୍ଜିକୃତ କାର୍ଡ ପାଇବାରୁ ବଞ୍ଚିତ ହେବାସହ ଅନେକ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁପରେ ମଧ୍ୟ ସେମାନଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ନମିଳିବା, ସାଇକେଲ ସହାୟତା ରାଶି, ବିବାହ ସହାୟତା ରାଶି, ପ୍ରସୂତୀକାଳୀନ ସହାୟତା ରାଶି ସହିତ ପଞ୍ଜିକରଣ ନବୀକରଣ ହୋଇନପାରିବା ନେଇ ନେତାଗଣ ଗର୍ଜିଥିଲେ। ଏଥିସହ ଅନ୍‌‌ଲାଇନ ପୂର୍ବରୁ ଦାଖଲ ହୋଇଥିବା ମୂଳ ନକଲ କାଜପତ୍ର ଓ ଫର୍ମଗୁଡିକ ଜିଲା ଶ୍ରମ କାର୍ଯ୍ୟାଳୟରେ ନମିଳିବା ଏବଂ ଅନ୍‌‌ଲାଇନ ହେବାଦ୍ୱାରା ବହୁ ଅଶିକ୍ଷିତ ଶ୍ରମିକ ଅସୁବିଧାର ସମ୍ମୁଖୀନ ହେବାସହ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହୋଇ ଆସୁଥିବା ଭାରତୀୟ ମଜଦୂର ସଂଘ ଓଡ଼ିଶା ରାଜ୍ୟ ସମ୍ପାଦକ ତଥା କେନ୍ଦୁଝର ଜିଲା ପ୍ରଭାରୀ ଶ୍ରୀ ମହାନ୍ତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଶ୍ରମ ଅଧିକାରୀଙ୍କୁ ବାରମ୍ବାର ଅବଗତ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ପରେ ଭାରତୀୟ ମଜଦୂର ସଂଘ ରାଜ୍ୟ ସମ୍ପାଦକ ତଥା ଜିଲା ପ୍ରଭାରୀ ଶ୍ରୀ ମହାନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଳୀଙ୍କ ସହ ଆଲୋଚନା କରି ଶ୍ରମିକଙ୍କ ବିଭିନ୍ନ ଦାବି କିଭଳି ଶୀଘ୍ର ପୁରଣ ହୋଇପାରିବ ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories