www.samajalive.in
Thursday, December 11, 2025
26.1 C
Bhubaneswar

ଚୋରୀ ଘଟଣାରେ ଜଣେ ଗିରଫ

ଫୁଲବାଣୀ: ସ୍ଥାନୀୟ ବ୍ଲକ ଛକ ନିକଟସ୍ଥ ଏକ ଦୋକାନରୁ ଗତ ୩୦ ତାରିଖ ରାତିରେ ଦୁଇ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଜଣକୁ ଗିରଫ କରିବା ସହ ନଗଦ ୪୦ ହଜ଼ର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମର ରାଜା ରାମ ସ୍ୱାଇଁ। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଖୋଜୁଛି। ସୂଚନା ପ୍ରକାରେ ଦୋକାନ ମାଲିକ ତ୍ରିଲୋଚନ ମହାପାତ୍ର ଫୁଲଵାଣୀ ଟାଉନ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସିସିଟିଭି ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଦୋକାନରେ କାମ କରୁଥିବା ରାଜା ସ୍ୱାଇଁକୁ ଅଟକ ରଖି ପଚରାଉଚରା କରିବା ପରେ ସେ ଓ ତାର ଅନ୍ୟ ଜଣେ ସହଯୋଗୀ ମିଶି ସ୍କାଇଲାଇଟ ଭାଙ୍ଗି ଭିତରେ ପଶି ଚୋରି କରିଥିବା ଜଣାପଡ଼ିଥିଲା। ସୂଚନା ଆଧାରରେ ପୋଲିସର ଏକ ଟିମ ଗଣିଆରେ ପହଂଚି ଅନ୍ୟ ଅଭିଯୁକ୍ତଙ୍କୁ ଠାବ କରିଥିଲା। ତେବେ ଅଭିଯୁକ୍ତ ଜଣକ ଜଙ୍ଗଲ ଭିତରକୁ ପଳାଇ ଫେରାର ହୋଇ ଯାଇଥିବା ପୁଲିସ କହିଛି। ଫେରାର ଅଭିଯୁକ୍ତକୁ ଖୋଜା ଚାଲିଥିବା ଆଜି ସ୍ଥାନୀୟ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ପ୍ରକାଶ କରିଛନ୍ତି।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories