କାମାକ୍ଷାନଗର : ଉପଖଣ୍ଡର କଙ୍କଡ଼ାହାଡ଼ ବ୍ଲକ୍ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଅଫିସ୍ ସମ୍ମୁଖରେ ନିଖିଳ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ତିନି ଦଫା ଦାବି ନେଇ ଗଣଧାରଣା ଦିଆଯାଇଛି । ଏହି ସଭାରେ ଜିଲ୍ଲା ସଭାପତି ସୁଦିପ୍ କୁମାର ସାହୁ,ଉପସଭାପତି ଅଶୋକ କୁମାର ସାହୁ, ଉପ ସଭାପତି ଶିବ ପ୍ରସାଦ ସାହୁ, ସେକ୍ରେଟାରୀ ରଞ୍ଜନ କୁମାର ସାହୁ ଯୋଗ ଦେଇ ଥିବା ବେଳେ ୧୫୦ ଶିକ୍ଷକ ଯୋଗ ଦେଇଥିଲେ। ଦାବି ଗୁଡ଼ିକ ହେଲା , ୬ବର୍ଷ ଠିକା ନିଯୁକ୍ତିକୁ ମୂଳ ଚାକିରୀରେ ଗଣନା କରିବା ଏବଂ ୬ଟି ନୋଷୋନାଲ ଏନକ୍ରୀମେଣ୍ଟ ପ୍ରଦାନ କରିବା ,ଦ୍ୱିତୀୟ ଦାବି ହେଲା କେନ୍ଦ୍ରୀୟ ହାରରେ ଦରମା ବୃଦ୍ଧି କରିବା, ତୃତୀୟ ନୂତନ ଦାବି ହେଲା ପେନସନକୁ ଉଚ୍ଛେଦ କରି ପୁରୁଣା ପେନସନକୁ ଲାଗୁ କରିବା। ଏହି ଦାବି ଗୁଡ଼ିକୁ ନେଇ ଶିକ୍ଷକ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ଥିଲେ।
Popular Categories



