www.samajalive.in
Monday, December 8, 2025
27.1 C
Bhubaneswar

ପରିବାରର ସାମୂହିକ ଆତ୍ମହତ୍ୟା ଉଦ୍ୟମ: ଭାଇଭଉଣୀ ମୃତ, ମାଆ ଗୁରୁତର

ବରଗଡ଼: ବରଗଡ଼ ଜିଲା ସୋହେଲା ମାଷ୍ଟରପଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ତିନିଜଣ ସଦସ୍ୟ ସାମୂହିକ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାଆ, ଝିଅ ଓ ପୁଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଝିଅ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ମାଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତ ଏକ ସପ୍ତାହ ପୂର୍ବରୁ ପରିବାରର ମୁଖିଆଙ୍କୁ ହରାଇବା ପରେ ଆଜି ପୁଅ, ଝିଅ ସହିତ ମାଆ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ମାଆ କୁମ୍ବ ସାହୁ(୫୫), ଝିଅ ସୁବର୍ଣ୍ଣ ସାହୁ(୨୨) ଓ ପୁଅ ବଂଶୀଧର ସାହୁ(୨୭)ଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବିଭାଗୀୟ ଡାକ୍ତର ଭୀମସାର ବୁର୍ଲାକୁ ସ୍ଥାନାନ୍ତର କରିଥିବା ବେଳେ ସେଠାରେ ଚିକିତ୍ସିତ ଅବସ୍ଥାରେ ବଂଶୀଧରଙ୍କ ମୃତ୍ୟ ଘଟିଛି। ଝିଅ ସୁବର୍ଣ୍ଣଙ୍କୁ ବୁର୍ଲା ନେବା ବେଳେ ରାସ୍ତାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅପରପକ୍ଷେ, ମାଆ କୁମ୍ବ ଜୀବନ ସହ ସଂଗ୍ରାମ କରୁଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories