www.samajalive.in
Monday, December 8, 2025
20.1 C
Bhubaneswar

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରେଙ୍ଗାଲି : ଜଳସେଚନ ସୁବିଧା ନଥିବାରୁ ଚାଷ ପାଇଁ ବର୍ଷାଜଳ ଉପରେ ନିର୍ଭର କରୁଥିବା ରେଙ୍ଗାଲି ବ୍ଲକ ଜିଲ୍ଲାପରିଷଦ ଜୋନ୍(୨) ଅଞ୍ଚଳରେ ଥିବା ବନ୍ଧ କଟାରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପରିଷଦ ସଭ୍ୟ ଦେନାରାୟଣ ତିୱାରୀ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହି ଜୋନ୍ ଅନ୍ତର୍ଗତ କତରବଗା ପଞ୍ଚାୟତର ଗୋଲାମାଲ ବିଶାଳ କଟା, ଟାମ୍ପରକେଲା ପଞ୍ଚାୟତର ଅଏଁଲାମାଲ କଟା। ଲଇଡା ପଞ୍ଚାୟତର ନୁଆପାଲିର କାଣ୍ଡେଶ୍ବର କଟା, କିନାଲୋଇ ଜୁହ୍ନା କଟା। ଲଇଡାସ୍ଥିତ ଗୁଡିବନ୍ଧ,କେଶରୀ ବନ୍ଧ, ପଣ୍ଡାବନ୍ଧ ଓ ପଣ୍ଡାକଟାକୁ କ୍ଷୁଦ୍ର ଜଳସେଚନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଶ୍ରୀ ତିୱାରୀ ଦାବୀ କରିଛନ୍ତି। ଏହା କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ଚାଷୀ ଉପକୃତ ହେବେ ବୋଲି ଶ୍ରୀ ତିୱାରୀ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories