‘ଏକ ଦେଶ- ଏକ ନିର୍ବାଚନ’ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଏକ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ‘ଏକ ଦେଶ- ଏକ ନିର୍ବାଚନ’  ଅର୍ଥ ହେଉଛି ସାରା ଦେଶରେ ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା। ଏହା ଲାଗୁ ହେଲେ ବାରମ୍ବାର ନିର୍ବାଚନ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ବଞ୍ଚି ପାରିବ।

Comments are closed.