www.samajalive.in
Monday, December 8, 2025
27.1 C
Bhubaneswar

ଓୟୁଏଟି ପାଚେରିରେ ଲେଖାକୁ ନେଇ ମୁହାଁମୁହିଁ, ପାଟିତୁଣ୍ଡ ସହ ଚେନ୍‌ ଟଣା

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ରବିବାର ରାତିରେ ଉତ୍ତେଜନା ଦେଖା ଦେଇଥିଲା। ବିଶ୍ୱବିଦ୍ୟାଳୟ ପାଚେରିରେ ଲେଖାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିବାବେଳେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ସୂଚନା ଅନୁଯାୟୀ ଅଖିଳ ଭାରତୀୟ ଛାତ୍ର ସଂଘ(ଏଆଇଏସଏଫ) ପକ୍ଷରୁ ଆସନ୍ତା ମାସ ୧୬ ଓ ୧୭ରେ ଏକ ସମ୍ମିଳନୀ ହେବାର କାର୍ଯ୍ୟକ୍ରମ ରହିଛି। ରାତିରେ  ଦଳର ସଭାନେତ୍ରୀଙ୍କ ସମେତ କିଛି କର୍ମକର୍ତ୍ତା  ପାଚେରିରେ ସମ୍ମିଳନୀ ସମ୍ବନ୍ଧରେ ଲେଖୁଥିଲେ। ଏହାକୁ କିଛି ଛାତ୍ର ଓ ଅଣଛାତ୍ର ବିରୋଧ କରିବା ସହ ପାଚେରିରେ ନ ଲେଖିବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ  ଠେଲାପେଲା ହୋଇଥିଲା। ଜଣଙ୍କର ଚେନ୍‌ ଛିଣ୍ଡିବା ସହ ହାତାହାତି ହୋଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ୟାମ୍ପସରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏଆଇଏସଏଫ ପକ୍ଷରୁ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି। ଏନେଇ ଏଆଇଏସଫ ରାଜ୍ୟ ସଭାନେତ୍ରୀ ସଙ୍ଘମିତ୍ରା ଜେନା କହିଛନ୍ତି ଆମେ ଶାନ୍ତିପୂର୍ଣ୍ଣ ଭାବେ  ସମ୍ମିଳନୀ ପାଇଁ ଲେଖୁଥିଲୁ। କିଛି ନିର୍ଦିଷ୍ଟ ଛାତ୍ର ଓ ଅଣ ଛାତ୍ର ଆମକୁ ଗାଳି ଦେବା ସହ  ଠେଲାପେଲା କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories