www.samajalive.in
Tuesday, December 9, 2025
17.1 C
Bhubaneswar

ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ; ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ମଦୁରାଇ : ତାମିଲନାଡୁରେ ହୋଇଥିବା ଟ୍ରେନ ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଏହାସହ ୨୦ ରୁୁ ଅଧିକ ଲୋକେ ଗୁରୁତର ଆହତ ହୋଇ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିଜନଙ୍କୁ ରେଳବାଇ ପକ୍ଷରୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ମଦୁରାଇ ଷ୍ଟେସନରେ ଠିଆ ହୋଇଥିବା ଉକ୍ତ ଟ୍ରେନର ଏକ ବଗିରେ ହଠାତ୍‌‌ ନିଆଁ ଲାଗି ଯାଇଥିଲା। ଦକ୍ଷିଣ ରେଳବାଇ ଠାରୁ ମିଳିଥିବା ସୂଚନାନୁଯାୟୀ, ଲଖନଉରୁ ରାମେଶ୍ୱରମ ଯାଉଥିବା ଏହି ଟ୍ରେନରେ ଯାତ୍ରୀ ବଗିରେ ନିଆଁ ଲାଗି ଯିବାରୁ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି।
ରେଳବାଇ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପୁନାଲୁର-ମଦୁରାଇ ଏକ୍ସପ୍ରେସରେ ଆଜି ଭୋର ୫ଟା୧୫ ମିନିଟ୍‌‌ରେ ବଗିରେ ନିଆଁ ଲାଗି ଥିବା ନେଇ ଖବର ମିଳିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଅନ୍ୟ ବଗି ଗୁଡିକର କୌଣସି କ୍ଷତି ହୋଇ ନାହିଁ।
ଦକ୍ଷିଣ ରେଳବାଇର ସୂଚନାନୁଯାୟୀ, ଯାତ୍ରୀ ଲୁଚାଇ କରି ଟ୍ରେନର ବଗିରେ ଗ୍ୟାସ ସିଲିଣ୍ଡର ନେଇଥିବାରୁ ଏହା ନିଆଁ ଲାଗିବାର କାରଣ ପାଲଟିଥିଲା। ନିଆଁ ଖୁବ ଜୋରରେ ଲାଗିବା ସହ ସକାଳ ୫ଟା୧୫ରେ ଲାଗିଥିବା ନିଆଁକୁ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ୭ଟା୧୫ ପର୍ଯ୍ୟନ୍ତ ଅନେକ ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା। ଅଧିକାରୀଙ୍କ କହିବାନୁଯାୟୀ, ଘଟଣା ସ୍ଥଳରେ ପଡିଥିବା କିଛି ଜିନିଷକୁ ଦେଖି ସେମାନେ ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ବୋଲି ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories