www.samajalive.in
Monday, December 8, 2025
27.1 C
Bhubaneswar

ବୁର୍ଲା କେନାଲ ଘାଟରେ ଭାସିଗଲେ ନାବାଳକ; ମିଳୁନି ପତ୍ତା

ବୁର୍ଲା: ବୁର୍ଲା ବିଷ୍ଣୁ ମନ୍ଦିର ପଡ଼ା କେନାଲ ଘାଟରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ନାବାଳକଙ୍କ ନାଁ ପ୍ରକାଶ ରାୟ(୧୪) ବୋଲି ଜଣାପଡ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ ସହିତ ବୁର୍ଲା ଅଗ୍ନିଶମ ବାହିନୀ ବୋଟ୍ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳିପାରି ନାହିଁ।

ସୂଚନା ମୁତାବକ, ଦିନ ମଜୁରିଆ ବ୍ରିଜ ମୋହନ ରାୟଙ୍କ ପୁଅ ପ୍ରକାଶ ଶୁକ୍ରବାର ଅପରାହ୍ନ ସମୟରେ ସ୍କୁଲରୁ ଘରକୁ ଫେରିଥିଲେ। ଏହାର କିଛି ସମୟ ପରେ ତାଙ୍କର ଜଣେ ସାଙ୍ଗ ତାଙ୍କୁ କେନାଲକୁ ଗାଧୋଇଯିବା ପାଇଁ ଡାକି ନେଇଥିଲେ। ଉଭୟେ ବିଷ୍ଣୁ ମନ୍ଦିର ପଡ଼ା ଘାଟକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ଗାଧୋଇବା ପରେ ପ୍ରକାଶ ପାଣିରେ ଭାସି ଯାଇଥିଲେ। ସେହି ସମୟରେ ବଞ୍ଚିବା ପାଇଁ ନିକଟରେ ଥିବା ସାଙ୍ଗର ଗାମୁଛାକୁ ଟାଣି ନେଇଥିଲେ। ନିକଟରେ ଥିବା ଜଣେ ଛୋଟ ଝିଅ ଗାମୁଛାକୁ ଟାଣି ପ୍ରକାଶଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ମାତ୍ର ପ୍ରଖର ସ୍ରୋତ ରହିଥିବା ଯୋଗୁଁ ଝିଅ ଜଣକ ତାଙ୍କୁ ଟାଣି ପାରି ନ ଥିଲେ। ଏହାପରେ ପ୍ରକାଶ ପାଣିରେ ଭାସି ଯାଇଥିଲେ। ପରେ ବୁର୍ଲା ଅଗ୍ନିଶମ ବିଭାଗ ଏବଂ ପୁଲିସକୁ ଅବଗତ କରାଯାଇଥିଲା। ସ୍ଥାନୀୟ ବାସିନ୍ଦା ପାଣିକୁ ଯାଇ ଖୋଜାଖୋଜି କରିଥିବା ବେଳେ ଅଗ୍ନିଶମ ବାହିନୀ ବୋଟ୍‌ରେ ପ୍ରକାଶକୁ ଖୋଜିବାକୁ ଚେଷ୍ଟା କରିଥିଲେ। ମାତ୍ର ସନ୍ଧ୍ୟା ୫ଟା ସୁଦ୍ଧା କୌଣସି ଖୋଜଖବର ମିଳି ପାରି ନ ଥିବା ସୂଚନା ହସ୍ତଗତ ହୋଇଛି। ପ୍ରକାଶ ବୁର୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories