www.samajalive.in
Sunday, December 7, 2025
15.1 C
Bhubaneswar

ବୀର ସୁରେନ୍ଦ୍ର ସାଏ କମ୍ୟୁନିଟି କେନ୍ଦ୍ର ପାଇଁ ୧୮ ଲକ୍ଷର ବ୍ୟୟ ଅଟକଳ ; ବିଧାୟିକା କଲେ ଉଦଘାଟନ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ ଏ ସି ୱାର୍ଡ ନଂ ୨ ର ତହସିଲ କାର୍ୟ୍ୟାଳୟର ନିକଟରେ ଥିବା ବିର ସୁରେନ୍ଦ୍ର ସାଏ କମ୍ୟୁନିଟି କେନ୍ଦ୍ରର ସମ୍ପୂର୍ଣ କରଣ ପାଇଁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଶୁଭ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରର ତଳ ଭାଗ ନିର୍ମାଣ ସରିଯାଇଥିବା ବେଳେ ଉପର ମହଲ। ନିର୍ମାଣ ପାଇଁ ୧୮ ଲକ୍ଷ ଟଙ୍କା ଅନୁଦାନ ରାଶି ସରକାରଙ୍କ ପକ୍ଷରୁ ମିଳିଛି । ଏହି ଶୁଭ ଉଦଘାଟନୀ କାର୍ୟ୍ୟକ୍ରମରେ ଏନ୍ ଏ ସି ଅଧ୍ୟକ୍ଷ ବନମାଳୀ ବରିହା ,କାର୍ୟ୍ୟ ନିର୍ବାହୀ ଅଧିକାରୀ ଡଃ ସତ୍ୟନାରାୟଣ ତାଣ୍ଡି , ଉପାଧ୍ୟକ୍ଷ। ଅନୁଶୟା ବିଶ୍ଵାଳ ଓ କାଉନସିଲର ଶିବାନନ୍ଦ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଛକରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ ଓ କମ୍ୟୁନିଟି କେନ୍ଦ୍ରରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ ଓ ଦୀପ ପ୍ରଜ୍ବଳନ କରାଯାଇ ଏକ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ଏହି ଅନୁଦାନ ଟଙ୍କାର ବିନିଯୋଗରେ ୫ ଟି ନିୟମ ପାଳନ କରିବା ପାଇଁ ସମସ୍ତ ମହିଳା ଓ ଜନ ସାଧାରଣଙ୍କୁ ବିଧାୟିକା କହିଥିଲେ । ଏହାସହ ଲୋକଙ୍କ ସମସ୍ୟାକୁ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଥିବା ମଧ୍ୟ ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମରେ ସିଦ୍ଧାର୍ଥ ଶଙ୍କର ପଣ୍ଡା ,ମୁନା ଗୁପ୍ତା, ସନ୍ତୋଷ ,ସତ୍ୟ ମିଶ୍ର , ଟଙ୍କ ଦାଶ , ବିର ସୁରେନ୍ଦ୍ର ସାଏ କ୍ଳବ୍ ର ସମସ୍ତ କର୍ମକର୍ତ୍ତା ଓ କାଉନସିଲର ଉପସ୍ଥିତ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories