www.samajalive.in
Sunday, December 7, 2025
13.1 C
Bhubaneswar

ଶାବରୀମାଳା ବିବାଦ: ରାତି ଅଧରେ ବିକ୍ଷୋଭକାରୀଙ୍କୁ ଗିରଫ କଲା ପୁଲିସ

ଥିରୁଭାନନ୍ତପୁରମ୍‍: ଶାବରୀମାଳା ମନ୍ଦିରରେ ୧୦ ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶକୁ ନେଇ ଉପୁଜିଥିବା ବିବାଦ କ୍ରମଶଃ ତେଜିବାରେ ଲାଗିଛି। ସବୁ ବର୍ଗର ମହିଳାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିବା ବେଳେ କେତେକ ସଂଗଠନ ଓ ଭକ୍ତଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ବିକ୍ଷୋଭକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଭକ୍ତମହଲରେ ଅସନ୍ତୋଷ ଆହୁରି ଦାନା ବାନ୍ଧୁଛି। ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତ ରବିବାର ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ରାତି ଅଧରେ କେରଳର ବିଭିନ୍ନ ସ୍ଥାନରୁ ପ୍ରାୟ ୭୦ ଜଣଙ୍କୁ ପୁଲିସ ଗିରଫ କରିଛି।
ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ପିନାରାଇ୍‍ ବିଜୟନ୍‍ଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଳା। ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲାପେଲା ହେବାପରେ ପୁଳିସ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛ। ସେହିପରି କୋଚି, କୋଝିକୋଡ, ମଲାପୁରମ୍‍, ଆରାନମୁଲା,କୋଲାମ୍‍, ଆଲାପୁଝା, ରାତି, ଥୋଡୁପୁଝା, କୋଲାଡି ଓ ଇଡୁକିରୁ ମଧ୍ୟ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ମନ୍ଦିରର ପରିସରରୁ ପୁଲିସ ଫୋର୍ସ ହଟାଇବା, ମନ୍ଦିରର ପରିସରରେ ରାତ୍ରୀ ଯାପନ କଟକଣାକୁ ହଟାଇବା ଓ ବିକ୍ଷୋଭକାରୀଙ୍କ ଉପରେ ପୁଲିସ ଲଗାଇଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ବରିଷ୍ଠ ବିଜେପ ନେତା କେ ସୁନ୍ଦରନ୍‍୍‍ଙ୍କୁ ପୁଲିସ ଗରିଫ କରିବାର ପ୍ରତିବାଦରେ ବିଜେପି କର୍ମୀମାନେ ରବିବାର ରାସ୍ତାରୋକ ସହିତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରକ୍ଷପରେ ମନ୍ଦିର ପାଖରେ ବହୁ ସଂଖ୍ୟକ ପୁଲିସ ମୁତୟନ କରି ରାଜ୍ୟ ସରକାର ଜରୁରୀକାଳୀନ ପରିସ୍ଥିିତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories