www.samajalive.in
Monday, December 8, 2025
20.1 C
Bhubaneswar

ଲୁହରେ ଭିଜିଲା ଜନ୍ମମାଟି; ବରଗଡ଼ରେ ଶହୀଦ ବୀର ଯବାନ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର

ବରଗଡ଼: ବରଗଡ଼ ମାଟିର ବୀର ପୁତ୍ର ଶହୀଦ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର ସୋମବାର ବରଗଡ଼ରେ ପହଞ୍ଚିଛି। ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ନିକଟସ୍ଥ ବାଘପାଲି ଗ୍ରାମର ବୀର ଯବାନ ନୀଳାଞ୍ଚଳ ପଟେଲ(୪୫) ନାଗାଲାଣ୍ଡରେ ସେଭେନ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିବା ସମୟରେ ଶହୀଦ ହୋଇଛନ୍ତି। ଆଜି ତାଙ୍କର ମର ଶରୀର ବରଗଡ଼ରେ ପହଞ୍ଚିବା ପରେ ପ୍ରଥମେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତାଙ୍କୁ ପୁଷ୍ପଗୁଚ୍ଛ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶହୀଦ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର ବରଗଡ଼ ପହଞ୍ଚିବା ବେଳେ ବରଗଡ଼ ଜିଲାପାଳ ମୋନୀଷା ବାନାର୍ଜୀ, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ଉପଜିଲାପାଳ ଲଲାଟ ଲୁହା, ଏସପି ପ୍ରହଲ୍ଲାଦ ସାହାୟ ମୀନା, ଅତିରିକ୍ତ ଏସପି ତପନ କୁମାର ମହାନ୍ତି, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରିତା ସାହୁ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରଭାସ ସିଂ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ନୀଳାଞ୍ଚଳଙ୍କ ଜନ୍ମମାଟି ବାଘପାଲି ଗ୍ରାମରେ ତାଙ୍କୁ ଗାଡ ଅଫ୍ ଅର୍ନର ଦିଆଯିବା ସହ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯିବ।

ନୀଳାଞ୍ଚଳ ଗତ ୨୦୦୦ ମସିହାରୁ ଦେଶ ମାତୃଭୂମି ପାଇଁ ସେବା କରି ଆସୁଥିଲେ । ସେ୧୨ ତାରିଖ ରାତିରେ ଅନ୍ୟ ଯବାନମାନଙ୍କ ସହ ନାଗଲାଣ୍ଡ ରାଜ୍ୟ ଦୀମାପୁରର ନିକଟସ୍ଥ କୁକି ଡୋଲାଙ୍ଗରେ ରାତ୍ରୀକାଳିନ ଡ୍ୟୁଟି କରୁଥିବା ବେଳେ ଏକ ବୋଲେରୋରେ କିଛି ବେଆଇନ ଦ୍ରବ୍ୟ ଚାଲାଣ ହେଉଥିବା ଖବର ପାଇ ତାକୁ ଅଟକାଇ ଥିଲେ। ମାତ୍ର ବୋଲେରୋଟି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ପରେ ସାଥି ଯବାନମାନେ ତାଙ୍କୁ ଚିକିତ୍ସା ପାଇଁ ନେବାବେଳେ ସେ ପ୍ରାଣ ହରାଇଥିଲେ । ଶନିବାର ତାଙ୍କ ଶହୀଦ ହେବା ଖବର ଜଣାପଡ଼ିବା ପରେ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଶହୀଦ ନୀଳାଞ୍ଚଳ ଛୁଟିରେ ଯେବେ ନିଜର ଗ୍ରାମକୁ ଆସନ୍ତି ସେ ସବୁବେଳେ ଦେଶ ମାତୃଭୂମି ପାଇଁ କାମ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଥିଲେ । ସେ ସମସ୍ତଙ୍କ ପ୍ରିୟ ଥିଲେ । ତାଙ୍କ ପରିବାରରେ ମାଆ ଗୁରୁବାରୀ ପଟେଲ, ପତ୍ନୀ ରାଜେଶ୍ୱରୀ ପଟେଲ, ଦୁଇ ଝିଅ ରାନୀ ପଟେଲ(୧୨), ରାନୁ ପଟେଲ(୭), ବଡ଼ଭାଇ ନିଳାମ୍ବର ପଟେଲ, ଭାଉଜ ମଞ୍ଜୁଳତା ପଟେଲ ଅଛନ୍ତି । ନୀଳାଞ୍ଚଳଙ୍କ ବାପା ସ୍ୱର୍ଗତ ଆଦି ପଟେଲ ଓ ମାଆ ଗୁରୁବାରୀ ପଟେଲଙ୍କ ଦ୍ୱିତୀୟ ପୁତ୍ର ଥିଲେ।

- Advertisement -

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories