ହରଭଙ୍ଗା : ଧଳପୁର ଜଗନ୍ନାଥ ସଡକର ବଙ୍କାପଡା ନିକଟରେ ବଲାଟ ନାଳ ଉପରେ ପୂର୍ତବିଭାଗ ପକ୍ଷରୁ ଏକ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି । ୨୦କୋଟି ଟଙ୍କା ବ୍ୟୟ ବରାଦରେ ସେତୁ ନିର୍ମାଣକାର୍ଯ୍ୟ ଚାଲିଥିବାବେଳେ ଏହାର ସମୟସୀମା ଚଳିତ ମାସ ୩୦ତାରିଖ ସୁଦ୍ଧା ସାରିବାକୁ କୁହାଯାଉଛି। ମାତ୍ର ବର୍ତମାନ ପର୍ଯ୍ୟନ୍ତ ସେତୁର ଉଭୟପାଶ୍ୱର୍ ଆପ୍ରୋଚ୍ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଏପରିକି ହ୍ୟାଣ୍ଡର୍ୟାଲିଂ କାର୍ଯ୍ୟ ମଧ୍ୟ ଶେଷ ହୋଇନାହିଁ। ବର୍ତମାନ ବର୍ଷା ସମୟ ଥିବାରୁ ପୁରୁଣା ବ୍ରିଜ ଉପରେ ସାମାନ୍ୟ ବର୍ଷାରେ ପାଣି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ପୁରୁଣା ବ୍ରିଜର ଗୋଟିଏ ପାଶ୍ୱର୍ରେ ହ୍ୟାଣ୍ଡ ର୍ୟାଲିଂ ନଥିବାରୁ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଘଟିଲେ ପଥଚାରୀ ୧୦ଫୁଟ ଗଭୀର ପାଣିରେ ପଡି ଆକାରଣେ ଜୀବନ ଚାଲିଯିବା ଆଶଙ୍କା ରହିଛି। ତେଣୁ ସେତୁ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ସହିତ ଆପ୍ରୋଚ ରାସ୍ତାରେ ସେଫଟି ନେଟ ଲଗାଇବାକୁ ସାଧାରଣରେ ଦାବୀ ହେଉଛି।
Popular Categories



