www.samajalive.in
Monday, December 8, 2025
17.1 C
Bhubaneswar

ଶହଶହ ଏକର ଚାଷ ଜମି ନଷ୍ଟ

ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ବିରାମଚନ୍ଦ୍ରପୁର ଗ୍ରାମର ବଡବନ୍ଧ ହୁଡାରେ ବିରାଟ ଘାଇ ସୃଷ୍ଟି ହୋଇ ରୁଗୁଡି ସାହି ଭିତରେ ପାଣି ପଶିଯିବା ସହିତ ରାସ୍ତା ଧୋଇ ହୋଇ ଶହଶହ ଏକର ଚାଷ ଜମି ନଷ୍ଟ ହେବା ସହ ବହୁ ଜମିରେ ବାଲି ମାଡିଯାଇ ଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ ମତେ, ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ବନ୍ଧ ହୁଡାକୁ ଦୁର୍ବଳ କରିଦେଇଛି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଉପରୋକ୍ତ ସଂସ୍ଥା କାହାରିକୁ ଖାତିରି ନ କରିବା ଫଳରେ ଲଗାଣ ବର୍ଷାରେ ବଡବନ୍ଧ ପାଣିପୁରି ଯାଇଥିଲା। ଦୁର୍ବଳ ହୁଡା ଭାଙ୍ଗି ଯିବାରୁ ଗ୍ରାମବାସୀ ହତାସ ହୋଇ ପଡିଛନ୍ତି। ଏହି ବଡବନ୍ଧ ଖରିଫ ଓ ରବି ଋତୁରେ ପ୍ରାୟ ଦୁଇ ହଜାର ଚାଷ ଜମିକୁ ପାଣି ଯୋଗାଇ ଥାଏ। ଚାଷ ସମୟରେ ଖାଲି ବନ୍ଧକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବନ୍ଧର ହୁଡା ଭାଙ୍ଗି ଯିବାରୁ ଗ୍ରାମର ମୃତ୍ୟୁଂଜୟ ମିଶ୍ର ଓ ଭକ୍ତବେହେରାଙ୍କ ଚାଷ କରିଥିବା ମାଛ ଭାସି ଯାଇଥିବା ଅଭିଯୋଗ ହୋଇଛି। ଗ୍ରାମ ରାସ୍ତାଟି ସଂପୂର୍ଣ୍ଣ ଧୋଇ ହୋଇଯାଇଥିବାରୁ ଗ୍ରାମବାସୀ ଯିବା ଆସିବା କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ କାଳିନ ସମୟରେ ଆମ୍ବୁଲାନ୍ସ ଓ ପଂଚାୟତ କାର୍ଯ୍ୟାଳୟକୁ କିପରି ଚାଉଳ ଆସିବ ତାହା ଚିନ୍ତାର କାରଣ ହୋଇପଡିଛି। ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories