www.samajalive.in
Monday, December 8, 2025
27.1 C
Bhubaneswar

ମହାନଦୀ ବନ୍ୟାରେ ୫ଟି ପଞ୍ଚାୟର ଶହଶହ ଏକର ଧାନ ଓ ପରିବା କ୍ଷେତ କ୍ଷତିଗ୍ରସ୍ତ ଆଶଙ୍କା

ଗୁରୁଡିଝାଟିଆ : ମହାନଦୀର ବନ୍ୟାଜଳରେ କୃଷକମାନେ ନିଜର ଡେରିଥିବା ସବୁଜ ପନିପରିବା ଓ ଧାନକ୍ଷେତ ବୁଡିରହିଥିବାରୁ ମୁଣ୍ଡରେ ହାତଦେଇ ବସିଛନ୍ତି । ଚାଷକ୍ଷେତରେ ୭ଫୁଟ ଉଚ୍ଚର ବନ୍ୟାଜଳ ରହିଅଛି। ସାପୁଆର ରମ୍ପାଘାଇ ଦେଇ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଠାରେ ବନ୍ୟାଜଳ ଆସିବା ଓ ପାଇକରାପୁର ଓ ଭୂୟାଁଯୋର ଦେଇ ମହାନଦୀର ବନ୍ୟାଜଳ ପ୍ରବେଶ କରିବା ପରେ ମହାକାଳବସ୍ତ, ଘଣ୍ଟିଖାଲ, ଧୁରୁଷିଆ, କଖଡି ଓ ମଞ୍ଚେଶ୍ୱର ପଞ୍ଚାୟତର ଶହଶହ ଏକର ପରିବା ଓ ଧାନକ୍ଷେତ ଉଜୁଡିଯିବା ଅବସ୍ଥାରେ ରହିଛି । ଯଦିଓ ମହାନଦୀର ବନ୍ୟାସ୍ତର ହ୍ରାସ ପାଇଛି ତଥାପି ରମ୍ପାଘାଇ ଦେଇ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୪-୫ ଦିନ ଭିତରେ ଯଦି ଚାଷକ୍ଷେତରୁ ବନ୍ୟାଜଳ ନିଷ୍କାସିତ ନହୁଏ ତାହାଲେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୃଷକ ପରିବାର ଉଚ୍ଛନ୍ନ ହୋଇଯିବେ।

ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଠାରେ ୩ଫୁଟର ବନ୍ୟାଜଳ ପ୍ରବାହିତ

- Advertisement -

ମହାନଦୀର ଉପନଦୀ ସାପୁଆ କୂଳ ଲଂଘିବା ପରେ ଜେନାପୁରର ରମ୍ପା ଠାରେ ପୂର୍ବବର୍ଷଠାରୁ ଥିବା ୩୦ ଫୁଟ୍ ମୁକୁଳା ଘାଇରେ ଏବେ ବି ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଠାରେ ଏବେବି ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଯଦିଓ ଗତକାଲି ଅପେକ୍ଷା ଆଜି ମହାନଦୀର ଜଳସ୍ତର ହ୍ରାସ ପାଇଛି । ସେହିଭଳି ଭାବରେ କଖଡି-କପୁରସିଂହ ରାସ୍ତାରେ ବିଷ୍ଣୁପୁରର ପାଟୁଳିଗାଡିଆ, କଖଡିର ଦଣ୍ଡା ନିକଟରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କଖଡିରୁ କପୁରସିଂହ ଯାତାୟାତ ସଂପୂର୍ଣ୍ଣ ବନ୍ଦ ହୋଇଛି । ଏବେବି ନିଧିପୁର ଠାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କୌଣସି ଯାନବାହାନ ଯାତାୟାତ କରିପାରୁନାହିଁ। ତେଣୁ କଟକରୁ ଧବଳେଶ୍ୱର କଖଡି ଦେଇ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଏପରିକି ଆଠଗଡକୁ ଯାତାୟାତ ସମ୍ଭବ ହୋଇପାରୁନଥିବାରୁ ୫୫ନଂ ଜାତୀୟ ରାଜପଥ ଦେଇ ଯାନବାହାନ ଚଳାଚଳ କରୁଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories