www.samajalive.in
Tuesday, December 9, 2025
17.1 C
Bhubaneswar

ଓଡ଼ିଶାର ବିଭିନ୍ନ ବ୍ଲକରେ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ

ଭୁବନେଶ୍ୱର- ଓଡ଼ିଶାର ବିଭିନ୍ନ ବ୍ଲକରେ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପ୍ରସଙ୍ଗ ନେଇ ବୁଧବାର, ଭୁବନେଶ୍ୱର କୃଷି ଭବନ ଅଡିଟୋରିୟମରେ ଆୟୋଜନ ହୋଇଥିଲା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ବିଡିଓମାନଙ୍କ ସମ୍ମିଳନୀ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନୀ, (ଆଇ.ଏ.ଏସ୍) । ଏହି ଅବସରରେ ଶ୍ରୀ ଲୋହାନୀ କହିଥିଲେ ଯେ, “ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ହେଉଛି ଏକ ଅଭିନବ ଯୋଜନା । ଯେଉଁଠାରେ ଉତ୍ପାଦକ ଗୋଷ୍ଠୀକୁ ସମର୍ଥନ କରିବା ଏବଂ ସେମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ପାଇଁ ଜମି ଏବଂ ସମ୍ବଳ ଏକତ୍ରିତ ହୋଇଛି ଜ୍ଝ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଏହାର ଏକ ସଫଳ ପରୀକ୍ଷଣ କରାଯାଇଛି। ସେହିଭଳି, ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟର ୩୫ଟି ବ୍ଲକ ଏବଂ ଦ୍ୱିତୀୟ ପର‌୍ୟ୍ୟାୟରେ ୪୫ଟି ବ୍ଲକରେ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ସମନ୍ୱିତ ଚାଷ କ୍ଷେତ୍ରରେ ଏହି ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି”।

କାର‌୍ୟ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓରମାସ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର, (ଆଇ.ଏ.ଏସ) ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ, “ଗ୍ରାମୀଣ ମହିଳା ଉତ୍ପାଦନକାରୀଙ୍କୁ ଜଣେ ସଫଳ ଉଦ୍ୟୋଗୀ ଭାବରେ ପରିଣତ କରିବା, ସ୍ଥାନୀୟ ବେକାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହି ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ ପାର୍କ ଗୁଡ଼ିକ ମୂଲ୍ୟ ଯୋଗ ପ୍ରକ୍ରିୟା ମାଧ୍ୟମରେ ଗ୍ରାମୀଣ ଉତ୍ପାଦ ପାଇଁ ଉପଯୁକ୍ତ ବଜାର ଚାହିଦା ସୃଷ୍ଟି କରିବାରେ ବହୁ ଆଗକୁ ଯ।ଇପାରିବ”। ପାର୍କ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟଠାରୁ ଆରମ୍ଭ କରି ଯୋଜନା ମଡେଲର ସଫଳ ରୂପାୟନ ଦିଗରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପ୍ରମୁଖ ଭୂମିକା ଗ୍ରହଣ କରିବେ ।
ଏହି ଅବସରସରେ ମିଶନ ଶକ୍ତି ବିଭାର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା ଆର୍. କାର୍ତ୍ତିକେୟନ (ଆଇ.ଏ.ଏସ) ଗୃହକୁ ସମ୍ୱୋଧନ କରି, “ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ଏକ ଚେଞ୍ଜ ମେକର ହେବଟ୍ଟ ଏହା ସ୍ୱୟଂ ସହାୟିକ ଗୋଷ୍ଠୀ ଗୁଡ଼ିକୁ ନିଯୁକ୍ତି ଦେବା ପରିବର୍ତ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଇବ। ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କର ଲକ୍ଷ୍ୟ ସାଧନ ଏବଂ ଦୂରଦୃଷ୍ଟି ପୂରଣ କରିବା ଦିଗରେ ମିଶନ ଶକ୍ତି ବିଭାଗ, ପଞ୍ଚାୟିତରାଜ ଓ ପାନୀୟ ଜଳ ବିଭାଗ ସହିତ ମିଳିତ ଭାବରେ କାର‌୍ୟ୍ୟକରିବ। ଏଥିସହ ଦକ୍ଷତା ବିକାଶ, ତାଲିମ ପ୍ରଦାନ ଆଦି କାର‌୍ୟ୍ୟକ୍ରମ ସହ ସ୍ୱୟଂ ସହାୟିକ ଗୋଷ୍ଠୀ ମହିଳା ଉଦ୍ୟୋଗୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନ ଶକ୍ତି ସମସ୍ତ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି କହିଥିଲେ କମିଶନର । ଏହି ଗ୍ରାମୀଣ ପାର୍କ ଝଐଏ ଗୁଡ଼ିକୁ ଝଗଋ (କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ)ରେ ପରିଣତ କରିବାରେ ଏକ ଅନୁକ୍ରମଣିକା ହୋଇପାରିବ ବୋଲି କହିଥିଲେ”।
ସମ୍ମିଳୀନରେ କୋରାପୁଟ ବୋରିଗୁମ୍ମା ବ୍ଲକରେ କରାଯାଇଥିବା ମଡେଲ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କର ସୂଚନା ପ୍ରଦାନ କରାଯାଇ, ସେହି ଡିଜାଇନରେ ରାଜ୍ୟର ୮୦ ବ୍ଲକରେ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରିବା ନେଇ ସବିଶେଷ ଆଲୋଚନା କରାଯାଇଥିଲା । ଏହି ଅବସରରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଶିଳ୍ପ, ଏମ.ଏସ.ଏମ.ଇ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସହିତ ଓଡ଼ିଶା ଆଦିମ ଜନଜାତି ସଶକ୍ତି କରଣ ଓ ଜୀବିକା ଉନ୍ନତି କରଣ କାର‌୍ୟ୍ୟକ୍ରମ ତରଫରୁ, ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ଦିଗରେ କି ପ୍ରକାର ଅଧିକ ସହଯୋଗ କରାଯାଇ ପାରିବେ ସେ ନେଇ ବିଭାଗୀୟ ନିର୍ଦ୍ଦେଶକମାନେ ସେମାନଙ୍କ ମତ ରଖିଥିଲେ। ଏଥିସହ ବିଭିନ୍ନ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ବିଡିଓମାନେ, ସେମାନଙ୍କ ଅଞ୍ଚଳରେ ପାର୍କ ପ୍ରତିଷ୍ଠା ସମ୍ପର୍କରେ ଆବଶ୍ୟକ ସୂଚନା ଉପସ୍ଥାପନ କରିଥିଲେ।
ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ଜରିଆରେ ସ୍ଥାନୀୟ ଏସ୍.ଏଚ୍.ଜି ଓ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକର ଉତ୍ପାଦନ ବୃଦ୍ଧି, ମାର୍କେଟିଂ, ଷ୍ଟୋରେଜ ସୁବିଧା ବା ଗୋଦାମ ଘର, ପ୍ରକ୍ରିୟା କରଣ ପ୍ଲାଣ୍ଟ, ପ୍ୟାକେଜିଂ ସୁବିଧା ଏବଂ ସମନ୍ୱିତ କୃଷି କ୍ଲଷ୍ଟର ସ୍ଥାପନ ଇତ୍ୟାଦି କାର‌୍ୟ୍ୟକ୍ରମ କରାଯିବ।
ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ସହାୟତାରେ ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା, ଅବ୍ୟବହୃତ ସମ୍ପଦ ଗୁଡ଼ିକୁ ବ୍ୟବହାର ଉପଯୋଗୀ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ବଜାର ନେତୃତ୍ୱାଧୀନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ବ୍ୟାଙ୍କ ସହିତ ସଂଯୋଗୀକରଣ କରିବା ଉପରେ ଗୁରୁତ୍ୱ ଦିଆଯିବ।
ସମ୍ମିଳୀନରେ ତୃଣମୂଳ ସ୍ତରରେ କାର‌୍ୟ୍ୟକାରୀ ହେଉଥିବା ମନରେଗା, ଓମ୍.ବ.ଡ୍.ସି., ଡି.ଏମ.ଏଫ, ଡବ୍ଲୁ.ଓ.ଡି.ସି, ସି.ଏଫ୍.ସି ଏବଂ ଏସ୍.ଏଫ୍.ସିର ଯୋଜନା ଗୁଡ଼ିକ ସହିତ ଏହି ଷ୍ଟେଟ ସେକ୍ଟର ସ୍କିମର ସମ୍ମିଶ୍ରଣ କରି ଯୋଜନା ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର‌୍ୟ୍ୟକ୍ରମରେ ସମସ୍ତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ୮୦ଟି ବ୍ଲକର ବିଡିଓଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories