www.samajalive.in
Monday, December 8, 2025
20.1 C
Bhubaneswar

ବାସ୍ତୁ : ଏହି ଦିଗରେ ରଖିଲେ ଦୁଇଗୁଣା ହୋଇଯାଏ ଟଙ୍କା,ସୁନା

ବାସ୍ତୁ ଶାସ୍ତ୍ରରେ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷ ପାଇଁ ଦିଗର ମହତ୍ତ୍ୱ ଥିବା ବର୍ଣ୍ଣନା କରାଯାଇଛି। କୁହାଯାଏ,ସଠିକ୍‌‌ ଦିଗରେ ଜିନିଷ ରଖିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇ ଧନର ଅଭାବ ଦୂର ହୋଇଥାଏ। ବାସ୍ତୁ ଅନୁଯାୟୀ ଜିନିଷକୁ ଦିଗ ଅନୁଯାୟୀ ରଖିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଧନ ଓ ସୁନାଚାନ୍ଦି ଦୁଇ ଗୁଣା ହୋଇଥାଏ। ଜାଣନ୍ତୁ..

ବାସ୍ତୁ ଅନୁଯାୟୀ, ଘରେ ସୁନା ଆଭୂଷଣକୁ ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ ନାହିଁ।

- Advertisement -

ଘରର ଆଲମିରାକୁ ରଖୁଥିବା କକ୍ଷର କାନ୍ଥ ସର୍ବଦା ହଳଦିଆ ରଙ୍ଗର କରନ୍ତୁ। ଏହାଦ୍ୱାରା ଭଗବାନ କୁବେରଙ୍କ ବିଶେଷ କୃପା ମିଳିବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ସୁନା ଆଭୂଷଣ ରଖୁଥିବା ଆଲମିରା ଏପରି ଦିଗରେ ରଖନ୍ତୁ,ଯେପରି ଆଲମିରାର କବାଟ ଉତ୍ତର ଦିଗକୁ ଖୋଲିବ। ଘରର ଧନ ଓ ଆଭୂଷଣ ରଖିବା ପାଇଁ ଉତ୍ତର ଦିଗ ସବୁଠାରୁ ଶୁଭ।

ବାସ୍ତୁ ଅନୁଯାୟୀ, ଘରେ ଧନ ପ୍ରାପ୍ତି, ଶୁଭକାର୍ଯ୍ୟ ଓ ଭାଗ୍ୟରେ ଶୁଭ ପରିବର୍ତ୍ତନ ପାଇଁ ଆଲମିରା ସାମ୍ନାରେ ଏକ ଆଇନା ରଖନ୍ତୁ।

ଘରର ଆଲମିରାର କବାଟ କଦାପି ଗାଧୁଆଘର ଆଡକୁ ଖୋଲିବା ଉଚିତ ନୁହେଁ।

ବାସ୍ତୁ ଅନୁଯାୟୀ, ସୁନା ଦାନ କରିବା ଶୁଭଙ୍କର।

ମାତ୍ର ସୁନା ହଜିବା କିମ୍ବା ମିଳିବା ଶୁଭଙ୍କର ନୁହେଁ। ସୁନା ହଜିବା ଦ୍ୱାରା ଅର୍ଥହାନୀ ହୋଇଥାଏ।

ସୁନା ଆଭୂଷଣ କିଣିବା ପାଇଁ ରବିବାର, ସୋମବାର, ମଙ୍ଗଳବାର ଓ ଗୁରୁବାର ସବୁଠାରୁ ଉତ୍ତମ ଦିନ। ଏହାସହ ବିଶେଷ ଦିନ ଦୀପାବଳି,ଅକ୍ଷୟ ତୃତୀୟା ଆଦି ଦିନରେ ସୁନା କିଣିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଧନ ପ୍ରାପ୍ତି ହୋଇଥାଏ।

 

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories