ମସ୍‌ଜିଦ୍‌ କମିଟି ଆବେଦନ ଖାରଜ : ଆହ୍ଲାବାଦ ହାଇକୋର୍ଟଙ୍କ ରାୟ କାଏମ

ନୂଆଦିଲ୍ଲୀ: ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ସର୍ଭେ କରିବା ଲାଗି ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’କୁ (ଏସ୍‌ଆଇ) ବାରାଣସୀ କୋର୍ଟ ଦେଇଥିବା ଆଦେଶକୁ ଆଜି ଆହ୍ଲାବାଦ ହାଇକୋର୍ଟ କାଏମ ରଖିଛନ୍ତି। ତୁରନ୍ତ ସର୍ଭେ କାର୍ଯ୍ୟ ପୁଣି ଚାଲୁ କରିବାକୁ ନିର୍ଦେଶ ଦେଇଛନ୍ତି। ତତ୍‌ସହିତ ହାଇକୋର୍ଟ ‘ଅଞ୍ଜୁମନ୍‌ ଇନ୍‌ତେଜାମିଆ ମସ୍‌ଜିଦ୍‌ କମିଟି’ ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି। ହାଇକୋର୍ଟ ସେସନ୍‌ସ୍‌ କୋର୍ଟ ଆଦେଶକୁ କାଏମ ରଖିଛନ୍ତି।

Comments are closed.