ବନ୍ୟା ଆଶଙ୍କା : ୧୫ ଜିଲା ଉପରେ ନଜର, ଉଦ୍ଧାରକାରୀ ଟିମ ପ୍ରସ୍ତୁତ
ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ଲଗାଣ ଯୋଗୁଁ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ୧୫ ଜିଲାରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଇଛନ୍ତି । ୮ଟି ଏନଡିଆରଏଫ, ୧୩ଟି ଓଡିଆରଏଏଫ, ୨୩ଟି ଅତିରିକ୍ତ ଫାୟାର ଟିମ ମୁତାୟନ କରିଛନ୍ତି । ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, କଟକ, ପୁରି ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା ଜିଲାରେ ମୁତାୟନ କରାଯିବ । ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।
Comments are closed.