www.samajalive.in
Monday, December 8, 2025
27.1 C
Bhubaneswar

କୋକସରା ପଞ୍ଚାୟତରେ ସମସ୍ୟା ହିଁ ସମସ୍ୟା; ଏଠି ସରପଞ୍ଚ କେଉଁ କାମ ପାଇଁ ପୁରସ୍କୃତ ?

ଲଡୁଗାଁ: ମାଳମାଳ ସମସ୍ୟା ଭିତରେ ଘାଣ୍ଟି ହେଉଛି କଳାହାଣ୍ଡି ଜିଲାର କୋକସରା ପଞ୍ଚାୟତ। ୨୬ ନମ୍ବର ଜାତୀୟ ରାଜପଥରେ ରହିଛି କୋକସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସାଙ୍ଗକୁ ଗ୍ରାମପଞ୍ଚାୟତ, ଏହାସହ ଲାଗି ରହିଛି ଅନେକ ସମସ୍ୟା। ଗ୍ରାମବାସୀଙ୍କ ଅଭିଯୋଗ ପିଇବା ପାଣିଠାରୁ ଆରମ୍ଭ କରି ଡ୍ରେନେଜ, ସ୍ୱଚ୍ଛତା, ସୌର୍ନ୍ଦଯ୍ୟକରଣ ସବୁକିଛି ଏଠି ଅବ୍ୟବସ୍ଥିତ।

ଅଭିଯୋଗର ଲମ୍ବା ଫର୍ଦ୍ଦ ଭିତରେ ୧୧ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତ। ବିକାଶ କେମିତି ହେବ ତାହା ବର୍ତ୍ତମାନର ବିରାଟ ପ୍ରଶ୍ନ। ଭୌଗୋଳିକ ଦୃଷ୍ଟିକୋଣରୁ କୋକସରାରେ ଗଢି ଉଠିବାରେ ଲାଗିଛି ଅନେକ ଦୋକାନ ବଜାର। ହେଲେ ସହରରେ ବିଗିଡି ଯାଇଛି ପରିମଳ ବ୍ୟବସ୍ଥା। ଗାଁ ପରିମଳ କଥା ନ କହିବା ଭଲ। ବିଭିନ୍ନ ସ୍ଥାନରେ ଡ୍ରେନ ସଫା ହେଉ ନଥିବା ବେଳେ ଆଉ କେଉଁଠି ଡ୍ରେନ୍‍ ପୋତି ହୋଇ ଗଲାଣି ତ କେଉଁଠି ଅଫିସ ସମ୍ମୁଖରେ ଅନାବନା ଘାସ ବୁଦା ଭରି ରହିଛି। ବ୍ଲକର ବିଭିନ୍ନ ସ୍ଥାନରେ ଡ୍ରେନେଜ୍‍ ସମସ୍ୟା କାରଣରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କୋକସରା ତହସିଲଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ, ଗ୍ରାମପଞ୍ଚାୟତଠାରୁ ଗାଁ ଶେଷ ମୁଣ୍ଡ ଯାଏଁ ଡ୍ରେନେଜ ସମସ୍ୟା ସୃଷ୍ଟି ହୋଇଛି। ଡ୍ରେନ ସବୁ ପୋତି ହୋଇଯିବା ଫଳରେ ସାମାନ୍ୟ ବର୍ଷାହେଲେ ଗାଁର ଅଳିଆ ଆବର୍ଜନା ସବୁ ରାସ୍ତାରେ ଭାସୁଛି। ବ୍ଲକ, ପଞ୍ଚାୟତ ଡ୍ରେନ୍ ସାମ୍ନା ଲଟା ବୁଦା, ପୁଣି କିଛି ଦିନ ଲଗାଣ ବର୍ଷାରେ ପାଣି ରାସ୍ତାରେ ଛୁଟୁଛି । ଯଦି ବ୍ଲକ ଓ ପଞ୍ଚାୟତ ସମ୍ମୁଖରେ ଏପରି ଅବସ୍ଥା ଗଳିକନ୍ଦି ରାସ୍ତାର ଅବସ୍ଥା ସହଜରେ ଅନୁମେୟ। ଏପରିକି ନୂଆପଡ଼ା, ଚିଲିଗୁଡ଼ା, ଗଡ଼ରାମାଲ ଆଦି ଗାଁ ଗଳି ରାସ୍ତାରେ କାଦୁଅ ପଚପଚ ହୋଇ ନାନା ପ୍ରକାର ସମସ୍ୟା ସୃଷ୍ଟି କରୁଥିବା ବେଳେ କୋକସରା ହନୁମାନ ମନ୍ଦିର ପାଖ, ବ୍ଲକକୁ ଲାଗି ରହିଥିବା ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସମାନଙ୍କ ସମ୍ମୁଖରେ ବର୍ଷାପାଣି ଜମା ହୋଇ ପୋଖରୀ ସଦୃଶ ଦେଖାଯାଉଛି। ଯାହାଦ୍ୱାରା ଦୋକାନୀ ଓ ଗ୍ରାହକ ଉଭୟେ ପାଣିରେ ପଶି ଦୋକାନ ଯାଉଥିବାରୁ ବ୍ୟବସାୟୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ସମାଧାନ ପାଇଁ ବାରମ୍ବାର ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକଙ୍କୁ ଅଧିକାରୀ ଜଣାଇଲେ ବି ଶୁଣୁନଥିବା ଅଭିଯୋଗ କରିଛନ୍ତି। ଭୋଟ ଆସିଲେ ଧୋବଧାଉଳିଆ ଖୋଳ ପକାଇ ନେତାମାନେ ଭୋଟ ପ୍ରଚାରରେ ଆସି ମିଥ୍ୟା ପ୍ରତିଶୃତି ଦେଇଥାନ୍ତି। ଆଉ ଭୋଟ ସରିଲେ ସବୁ କିଛି ଭୁଲି ଯାଉଛନ୍ତି। ବିଭିନ୍ନ ପଞ୍ଚାୟତରେ ସରପଞ୍ଚମାନେ ବିଭିନ୍ନ ଅଭିନବ କାର୍ଯ୍ୟ ପାଇଁ, ସେବା କାର୍ଯ୍ୟ ପାଇଁ ସେନସେସନ ପାଲଟି ପୁରସ୍କୃତ ହୋଇଛନ୍ତି କିନ୍ତୁ କୋକସରା ସରପଞ୍ଚ ପଞ୍ଚାୟତ ଉନ୍ନତି ପାଇଁ କିଛି ନ କରି ବିଭିନ୍ନ ମହଲରେ କିଭଳି ପୁରସ୍କୃତ ତଥା ଦାୟିତ୍ଵ ବହନ କରିଛନ୍ତି ଆଜି ସେକଥା କୋକସରା ପଞ୍ଚାୟତବାସୀଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଣିକି ଆଗକୁ ପଞ୍ଚାୟତ ସୂଚାରୁରୂପେ ଚଳାଇବା ତଥା ଗ୍ରାମର ଲାଗିରହିଥିବା ସମସ୍ୟାର ସମାଧାନ ଯଦି ନ ହୁଏ ତେବେ ଯୁବଗୋଷ୍ଠୀ ତଥା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଏବେଠାରୁ ନିଷ୍ପତି ନେଲେଣି ଯାହାକି ପ୍ରଶାସନକୁ ଅଡୁଆରେ ପକାଇବ। ଏଣୁ ବେଳ ଥାଉ ଥାଉ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି ମତ ପ୍ରକାଶ ପାଉଛି। ସଫେଇ ଠିକ୍ ଭାବେ ହେଉ ନଥିବାରୁ ରାସ୍ତାଘାଟ ସବୁଆଡେ ପଡ଼ି ରହିଛି ଗଦାଗଦା ଅଳିଆ ଆବର୍ଜନା। ପୁଣି ଅଞ୍ଚଳରେ ବିଧାୟକ ରହିଥିଲେ ବି ସହରରେ ପୁଳାପୁଳା ସମସ୍ୟା ଲାଗି ରହିଥିବା ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମତପୋଷଣ କରନ୍ତି। ତେବେ ଗାଁ ପରିମଳ ତଥା ଡ୍ରେନେଜ ବ୍ୟବସ୍ଥା ଉପରେ କୋକସରା ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଭବିଷ୍ୟତ ପଟେଲଙ୍କୁ ପଚାରିବାରୁ ସେ ଏ ବର୍ଷ ପ୍ଲାନ୍ ଦେଇଛି ଆସନ୍ତା ବର୍ଷ ସବୁ କାମ ହେବ ବୋଲି କହିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories