www.samajalive.in
Monday, December 8, 2025
14.1 C
Bhubaneswar

ସ୍ଥଳ ଭାଗ ଛୁଇଁଲା ଗଜ

ଚେନ୍ନାଇ: ସାମୁଦ୍ରିକ ଝଡ଼ ‘ଗଜ’ ମହାବାତ୍ୟାର ରୂପ ନେବା ପରେ ତାମିଲନାଡ଼ୁ ଉପକୂଳରେ ସ୍ଥଳଭାଗ ଛୁଇଁଛି। ‘ଗଜ’ ତାଣ୍ଡବରେ ଏ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ୮୧ ହଜାର ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ସେଭଳି କୌଣସି ବ୍ୟାପକ ଧନ ହାନି ହୋଇନଥିବା ଜଣାପଡ଼ିଛି।
ଶୁକ୍ରବାର ସକାଳେ ଚେନ୍ନାଇଠାରୁ ୩୦୦ କିମି ଦୂର ନାଗପଟ୍ଟିନମ୍‍ଠାରେ ଚେନ୍ନାଇ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାକୁ ୧୨୦ କିମି ରହିଥିଲା। ଆସନ୍ତା ୬ ଘଣ୍ଟା ମଧ୍ୟରେ ‘ଗଜ’ ପଶ୍ଚିମ ଦିଗକୁ ଗତି କରିବା ସହିତ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତଥାପି କ୍ଷୟକ୍ଷତି ଘଟାଇବାର ଆଶଙ୍କା ଥିବାରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି। ୬ଟି ଜିଲାରେ ପ୍ରାୟ ୩୦୦ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି। ଏନ୍‍ଡିଆରଏଫ୍‍ ଓ ଅନ୍ୟ ଉଦ୍ଧାରକାରୀ ଟିମ୍‍କୁ ମୁତୟନ କରାଯାଇଛି। ଦୁଇଟି ନୌସେନା ପୋତ, ହେଲିକପ୍ଟର ଓ ବୋଟ୍‍ ପ୍ରସ୍ତୁତ ରଖାଯାଇଛି। ତାମିଲନାଡ଼ୁ ଉପକୂଳ ଜିଲା କୁଡ୍ଡାଲୋର, ନାଗପଟ୍ଟିନାମ୍‍, ଥୋଣ୍ଡି, ପାମ୍‍ବାନ୍‍ ଓ ପୁଡୁଚେରୀର କାରାକାଲ୍‍ରେ ବର୍ଷା ଲାଗି ରହିଛି। ୪ଟି ଏକ୍ସପ୍ରେସ ଟ୍ରେନ୍‍ ସହିତ ୭ଟି ଟ୍ରେନକୁ ବାତିଲ୍‍ କରାଯାଇଛି। ସ୍କଲ୍‍ କଲେଜ୍‍ ବନ୍ଦ ରହିବା ସହିତ ପରୀକ୍ଷା ବାତିଲ୍‍ କରି ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories