www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟସଭାରେ ମଣିପୁର ଝଡ – ବିରୋଧୀ ରଖିଲେନି ଅଧ୍ୟକ୍ଷଙ୍କ ଅନୁରୋଧ

ଡେସ୍କ: ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଆଜି ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରାଜ୍ୟସଭାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ମଧ୍ୟାହ୍ନ ୧୨ଟାରେ ପ୍ରଥମ ମୁଲତବୀ ପରେ ରାଜ୍ୟସଭାରେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେବା ବେଳକୁ ଦୃଶ୍ୟ ଭିନ୍ନ ନ ଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କହିବାକୁ ଅନୁମତି ଦେବା ପରେ, ଟ୍ରେଜେରୀ ବେଞ୍ଚ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଫଳରେ ପୁଣି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକୁ ଅଧ୍ୟକ୍ଷ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ ଭୋଜନ ପରବର୍ତ୍ତୀ ଅଧିବେଶନରେ ବିରୋଧୀ ସଦସ୍ୟମାନେ ସେମାନଙ୍କ ବିରୋଧ ଜାରି ରଖିଥିଲେ ଏବଂ ପରେ ଗୃହରୁ ବାହାରକୁ ପଳାଇ ଯାଇଥିଲେ। ସେହି ସମୟରେ ଏକ ସଂକ୍ଷିପ୍ତ ଆଲୋଚନା ପରେ ୨୦୨୩ ସିନେମାଟୋଗ୍ରାଫ୍ (ସଂଶୋଧନ) ବିଲ୍ ପାସ୍ ଗୃହର ମଞ୍ଜୁରୀ ଲାଭ କରିଥିଲା।

ଆଜି ରାଜ୍ୟସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଟିଏମସି ଏବଂ ଅନ୍ୟମାନେ ବିରୋଧୀ ସଦସ୍ୟ ମଣିପୁର ପ୍ରସଙ୍ଗରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦେଶର ବୈଦେଶିକ ନୀତି ସମ୍ପର୍କରେ ବିବୃତ୍ତି ଦେଇଥିଲେ। ବିରୋଧୀ ସଦସ୍ୟମାନେ ସେମାନଙ୍କ ବିରୋଧ ଜାରି ରଖିଥିଲେ। ପରେ ଟ୍ରେଜେରୀ ସଦସ୍ୟମାନେ ମଧ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଗୃହର ନେତା ପୀୟୁଷ ଗୋୟଲ ବିରୋଧୀ ଦଳର ସଦସ୍ୟଙ୍କ କଳା ପୋଷାକକୁ ଥଟ୍ଟା କରି ସେମାନଙ୍କୁ ସମାଲୋଚନା କରିଥିଲେ। ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ୱେ ବିରୋଧୀ ସଦସ୍ୟମାନେ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ପରେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories