www.samajalive.in
Monday, December 8, 2025
17.1 C
Bhubaneswar

ଚୋରି ଅଭିଯୋଗରେ ୨ ଗିରଫ; ଚୋରି ସାମଗ୍ରୀ ଜବତ

ରାମନାଗୁଡା: ଚୋରି ଅଭିଯୋଗରେ ମଙ୍ଗଳବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାମନାଗୁଡା ପୁଲିସ। ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ସ୍ଥାନୀୟ ଅଞ୍ଚଳରେ ଗତ କିଛିଦିନ ଧରି ବାରମ୍ବାର ଚୋରି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା ବେଳେ ପୁଲିସ ପକ୍ଷରୁ କଡାକଡି ଭାବେ ପାଟ୍ରୋଲିଂ କରାଯାଉଥିଲେ ଚୋର ଧରିବାରେ ସଫଳ ହୋଇପାରୁନଥିଲା ରାମନାଗୁଡା ପୁଲିସ ।

ପୁଲିସ ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ, ଚାକୁଣ୍ଡାରେ ଥିବା ନିୟନ୍ତ୍ରିତ ବଜାର କମିଟିର କପା ବଜାର ପ୍ରାଙ୍ଗଣରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ସେଠାକାର କର୍ମଚାରୀ ଚିତ୍ତରଞ୍ଜନ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ରାମନାଗୁଡା ପୁଲିସ ସେକେଣ୍ଡ ଅଫିସର ବାବୁଲା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ଏକ ନମ୍ବର ବିହୀନ ବାଇକ୍ ସହ ୨ଜଣ ଯୁବକ ସନ୍ଦେହ ଘେରକୁ ଆସିଥିଲେ। ଉକ୍ତ ୨ ଯୁବକ ଜଣକ ହେଲେ ଅମଲାବଟା ଗାଁର ପେଦାବାବୁ ମାଣ୍ଡାଙ୍ଗି(୧୯) ଓ ଭାଟିପଡାର ଚିନ୍ନା ନାଗବଂଶ। ଉଭୟଙ୍କୁ ଥାନାରେ ଅଟକ ରଖି ସେମାନେ ଧରିଥିବା ବ୍ୟାଗ ଓ ବାଇକକୁ ଜବତ କରି ଯାଞ୍ଚ କରିଛି ପୁଲିସ। ଅଭିଯୋଗକାରୀଙ୍କ ଏତଲା ଅନୁଯାୟୀ ଯେଉଁ ସବୁ ସାମଗ୍ରୀ ଚୋରି ହୋଇଥିଲା ସେହି ସବୁ ସାମଗ୍ରୀ ସେମାନଙ୍କଠାରୁ ଜବତ ହୋଇଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରହିଥିବା ସହ ରାମନାଗୁଡା ଥାନାରେ କେସ ନମ୍ବର ୬୯ଅନୁଯାୟୀ ଧାରା ୪୫୪ ଓ ୩୮୦ ଆଇପିସିରେ ଗିରଫ କରାଯାଇଥିବା ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା ସୂଚନା ଦେଇଛନ୍ତି। ଏହି ସମୟରେ ଏସ ଆଇ ବାବୁଲା ପ୍ରଧାନ, ଏଏସ ଆଇ ଜଗନ୍ନାଥ ବେହେରା, ପୃଥରାଜ ଝଙ୍କାର, ହୋର୍ମଗାଡ ଜୟଦେବ କରିଆଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏହି ତଦନ୍ତରୁ ଅଧିକ ତଥ୍ୟ ମିଳିପାରିବ ବୋଲି ସାଧାରଣରେ ଆଶା କରାଯାଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories