www.samajalive.in
Monday, December 8, 2025
20.1 C
Bhubaneswar

ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ବିୟୋଗରେ ମିଳନୀର ଶୋକ

କେନ୍ଦୁଝରଗଡ଼ : ଓଡିଶା ସାହିତ୍ୟ ଏକାଡେମୀର ସଚିବ ସାହିତ୍ୟପ୍ରାଣ ପ୍ରବୋଧ କୁମାର ରାଉତଙ୍କ ଅକାଳ ବିୟୋଗରେ ଶୁକ୍ରବାର  ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ମିଳନୀ ସାହିତ୍ୟ ସଂସଦର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭା ପ୍ରାରମ୍ଭରେ ଦିବଙ୍ଗତ ଆତ୍ମାର ସଦ୍‌‌ଗତି କାମନା କରି ଏକ ମିନିଟ୍‌‌ ନିରବ ପ୍ରାର୍ଥନା କରାଯାଇଥିଲା।

ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତ ରଞ୍ଜନ ମିଶ୍ର ଦିବଙ୍ଗତ ସଚିବ ଶ୍ରୀ ରାଉତଙ୍କୁ ଜଣେ ସାହିତ୍ୟପ୍ରାଣ ବ୍ୟକ୍ତିତ୍ୱ ବୋଲି ଅଭିହିତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭାପତି ଶ୍ରୀ ଚକ୍ରବର୍ତ୍ତୀ ଦିବଙ୍ଗତ ସଚିବ ପ୍ରବୋଧ ରାଉତଙ୍କୁ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ତଥା ସଡିଶାରେ ସାହିତ୍ୟର ବିକାଶରେ ଏକ ସମର୍ପିିତ ବ୍ୟକ୍ତିତ୍ୱ ଥିଲେ ବୋଲି ଅଭିହିତ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରାଧ୍ୟାପକ ସୁଧା ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଶୋକସଭାରେ ମିଳନୀ ଉପସଭାପତି ଇନ୍ଦୁମତୀ ପାତ୍ର, ପ୍ରାଧ୍ୟାପକ ଜଗନ୍ନାଥ ଜେନା, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର, ଦେବଦର୍ଶନ ଦାଶ, ଚିନ୍ତାମଣୀ ମହାଳିକ, ଜିତେନ୍ଦ୍ର ପରିଡା, ହରିହର ମହାନ୍ତ, ସନ୍ତୋଷିନୀ ଦାଶ (ଗିରି) ପ୍ରମୁଖ ସ୍ୱର୍ଗତଃ ରାଉତଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories