www.samajalive.in
Monday, December 8, 2025
27.1 C
Bhubaneswar

ଏମ୍‌‌ଏସ୍‌‌ପି ସ୍ପଞ୍ଜ ପକ୍ଷରୁ ବଣୁଆଁରେ ବନ ମହୋତ୍ସବ

କେନ୍ଦୁଝରଗଡ଼ : ସଦର ବ୍ଲକ ହଳଦିଆଗୁଣାସ୍ଥିତ ଏମ୍‌‌ଏସ୍‌‌ପି ସ୍ପଞ୍ଜ କାରଖାନା ପକ୍ଷରୁ ଗୋବର୍ଦ୍ଧନ ପଞ୍ଚାୟତ ବଣୁଆଁ ଗ୍ରାମରେ ବୁଧବାର ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଯୋଗେଶ୍ୱର ମନ୍ଦିର ସମ୍ମୁଖ ପଡିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୋବର୍ଦ୍ଧନ ସରପଞ୍ଚ ସଞ୍ଜୟ ମୁଣ୍ଡା, ସମିତିସଭ୍ୟା ଶାନ୍ତିଲତା ମହାନ୍ତ, ମିଶନ ଶକ୍ତି ସଦସ୍ୟା, ସ୍ଥାନୀୟ ୱାର୍ଡ ସଭ୍ୟ, ଗାୟତ୍ରୀ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଚାରାରୋପଣ କରିବା ସହ କାରଖାନାର ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। କାରଖାନା ସିଓଓ ଇଂ ଦେବବ୍ରତ ସ୍ୱାଇଁ, କାରଖାନାର ବରିଷ୍ଠ ସାଧାରଣ ପରିଚାଳକ ସଞ୍ଜୟ କୁମାର ସାହୁ, ଉପସଭାପତି ବସନ୍ତ କୁମାର ସାହୁ, ବରିଷ୍ଠ ପରିଚାଳକ (ମାନବ ସମ୍ବଳ) ରଞ୍ଜନ ଜେନା, ମୁଖ୍ୟ ହିସାବ ରକ୍ଷକ ଅଧିକାରୀ ବିଶ୍ୱରଞ୍ଜନ ନନ୍ଦ, ବରିଷ୍ଠ ସାଧାରଣ ପରିଚାଳକ (ଷ୍ଟିଲ) ସୁନୀଲ ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦୦ ମୂଲ୍ୟବାନ ଚାରାରୋପଣ କରାଯାଇଥିଲା। ପଳାଶପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଓ ବନ କର୍ମଚାରୀ ଉପସ୍ଥିତ ରହି ଚାରରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସୂଚନାଯୋଗ୍ୟ ଯେ, କାରଖାନା ପକ୍ଷରୁ ଉକ୍ତ ଅଞ୍ଚଳରେ ପୂର୍ବରୁ ଚାରରୋପଣ କରାଯାଇ ବୃକ୍ଷରେ ପରିଣତ କରାଯାଇ ପାରିଥିବାରୁ ପ୍ରତିବର୍ଷ କିଛି କିଛି ମୂଲ୍ୟବାନ ଚାରାରୋପଣ କରାଯାଇ ଏହାର ଉପଯୁକ୍ତ ତଦାରଖ କରାଯାଇ ବୃକ୍ଷରେ ପରିଣତ ସହ ପରିବେଶ ସୁରକ୍ଷା ସହ ସବୁଜିମା ସୃଷ୍ଟି କରାଯାଇ ପାରିବ ସେଥିପ୍ରତି କାରଖାନାର ପ୍ରତ୍ୟେକ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ନିହାତି ଜରୁରୀ ବୋଲି କାରଖାନା ସିଓଓ ଇଂ ଶ୍ରୀ ସ୍ୱାଇଁ ଉପସ୍ଥିତ ଗ୍ରାମବାସୀ ଓ ଲୋକ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories