କୁହାଯାଏ ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରଙ୍ଗ । ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ୟ୍ୟ ବା ଅଟକି ରହିଥିବା କାର୍ୟ୍ୟ ପୁରା ହେବ । ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ଏହି ମାସରେ ସବୁଜ ରଙ୍ଗର ପୋଷାକ ଧାରଣ କରିବା ସହ ସବୁଜ ରଙ୍ଗର ଚୁଡି ମଧ୍ୟ ପିନ୍ଧିବା ଅତି ଉତ୍ତମ ହୋଇଥାଏ । ବିବାହିତ ମହିଳାମାନେ ସବୁଜ ରଙ୍ଗର ପାଣି ଚୁଡି ପିନ୍ଧିଲେ ଏହାକୁ ଶୁଭ ବୋଲି କୁହାଯାଏ ।
ଶ୍ରାବଣ ମାସରେ ଭୁଲରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଏହା ଦ୍ବାରା ଭୋଳାନାଥ କ୍ରୋଧିତ ହୋଇଥାଆନ୍ତି ।
ଭଲ ଚାକିରି ବା ପଦୋନ୍ନତି ପାଇଁ ଆପଣ ଶ୍ରାବଣ ମାସରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁତ ଶୀଘ୍ର ଚାକିରି ମିଳିବ କିମ୍ବା ପଦୋନ୍ନତି ହେବ ।
ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧନ୍ତି। ଏପରି କରିବା ଦ୍ୱାରା ପ୍ରଭୁ ମହେଶ୍ୱରଙ୍କର ଆଶୀର୍ବାଦ ମିଳିବା ସହ ପତି ଦୀର୍ଘାୟୁ ହୋଇଥାଆନ୍ତି।
ଧାର୍ମିକ ଗ୍ରନ୍ଥରେ ସବୁଜ ରଙ୍ଗ ବୁଧ ଗ୍ରହର ପ୍ରତୀକ ବୋଲି କୁହାଯାଏ। ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ଜାତକରେ ବୁଧଙ୍କ ସ୍ଥିତି ଭଲ ହେବା ସହ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଏତଦ୍ ବ୍ୟତୀତ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ବୁଦ୍ଧି ଓ ସମୃଦ୍ଧି ମିଳିଥାଏ।
କ୍ୟାରିୟର ପାଇଁ ଶୁଭଫଳ ପ୍ରଦାନ କରେ –
ବୁଧ ଗ୍ରହ ଯେକୌଣସି ବ୍ୟକ୍ତିଙ୍କ କ୍ୟାରିୟର ଓ ବ୍ୟବସାୟ ସହ ମଧ୍ୟ ଜଡ଼ିତ। ତେଣୁ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ମନୁଷ୍ୟକୁ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
ସୌଭାଗ୍ୟ ପ୍ରାପ୍ତି ପାଇଁ –
ପ୍ରଭୁ ଶିବ ଜଣେ ଯୋଗୀ। ତେଣୁ ତାଙ୍କୁ ପ୍ରକୃତିର ସୁନ୍ଦର ରୂପ ମଧ୍ୟରେ ଧ୍ୟାନ କରିବାକୁ ଖୁବ ପସନ୍ଦ। ସବୁଜର ରଙ୍ଗ ପୋଷାକ ପିନ୍ଧିବା ଓ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି। ତେଣୁ ମହିଳାମାନେ ଏହି ମାସରେ ସବୁଜ ରଙ୍ଗ ବ୍ୟବହାର କରିଥାଆନ୍ତି।
ଶ୍ରାବଣ ମାସକୁ ବର୍ଷାର ମାସ ବୋଲି କୁହାଯାଏ। ଏହି ମାସରେ ସାଧାରଣତଃ ବିଭିନ୍ନ ପ୍ରକାରର ରୋଗ ହେବାର ଅଧିକ ସମ୍ଭାବନା ଥାଏ। ଏହାସହ ସବୁଜ ରଙ୍ଗ ବିଭିନ୍ନ ରୋଗକୁ ଶରୀର ଠାରୁ ଦୂରେଇ ରଖିବା ପାଇଁ ବେଶ ସହାୟକ ହୋଇଥାଏ। ତେଣୁ ଏହି ଦିନରେ ମେହେନ୍ଦୀ ଲଗାଇବା ଲାଭଦାୟକ।
ମେହେନ୍ଦୀର ବାସ୍ନା ଓ ଥଣ୍ଡାପଣ ମାନସିକ ଉତ୍ତେଜନାକୁ କମ କରିଥାଏ।
ଶରୀରର ଉଷ୍ଣତାକୁ କମ କରିଥାଏ।
ଏହା ଶରୀରକୁ ଶୀତଳତା ପ୍ରଦାନ କରିବା ସହ ଚିନ୍ତା, ମୁଣ୍ଡବ୍ୟଥା, ଆଦିକୁ ଦୂର କରିଥାଏ।
ତ୍ୱଚା ଜନିତ ବହୁ ରୋଗ ମଧ୍ୟ ଦୂର ହୋଇଥାଏ। ଏହାସହ ମେହେନ୍ଦୀର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି।
ମେହେନ୍ଦୀ ଲଗାଇବାର ଧାର୍ମିକ କାରଣ –
ଶ୍ରାବଣ ମାସରେ ମହିଳାମାନେ ବିଭିନ୍ନ ପ୍ରକାରର ବ୍ରତ କରିଥାଆନ୍ତି। ସେହି ସମସ୍ତ ବ୍ରତ କରିବା ଦ୍ୱାରା ମହିଳାମାନେ ସୌଭାଗ୍ୟବତୀ ହେବା ସହ ଗୃହରେ ସୁଖସମୃଦ୍ଧି ଆସିଥାଏ। ଧର୍ମଗ୍ରନ୍ଥ ଅନୁଯାୟୀ ମହିଳାମାନଙ୍କୁ ବ୍ରତ କରିବା ସମୟରେ ସୌଭାଗ୍ୟ ପ୍ରାପ୍ତି ପାଇଁ ଷୋହଳ ଶୃଙ୍ଗାର କରିବା ଆବଶ୍ୟକ। ମେହେନ୍ଦୀ ମଧ୍ୟ ଶୃଙ୍ଗାର ଦ୍ରବ୍ୟ ମଧ୍ୟରୁ ମୁଖ୍ୟ। ଏହି କାରଣରୁ ଶ୍ରାବଣରେ ମେହେନ୍ଦୀ ଲଗାଇବାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।



